Categories: ଖେଳ

ବିଶ୍ୱକପ୍‌ରେ ଖେଳିବା ନେଇ ଅନିଶ୍ଚିତତା: ଫିଟ୍‌ନେସ୍‌ ଟେଷ୍ଟ ଦେବେ ଏହି ଖେଳାଳି

ଜୋହାନ୍ସବର୍ଗ, ୧୮ା୯: ଭାରତରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଫାଷ୍ଟ ବୋଲର ଏନରିଚ୍‌ ନର୍ଜେ ଓ ସାସାଣ୍ଡା ମାଗାଲାଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ଚଳିତ ସପ୍ତାହରେ ଫିଟ୍‌ନେସ୍‌ ଟେଷ୍ଟ ପରେ ଏହି ଦୁଇ ଖେଳାଳି ଉପଲବ୍ଧ ହେବେ କି ନା ତାହା ସ୍ପଷ୍ଟ ହୋଇଯିବ। ଏହି ଦୁଇ ଖେଳାଳି ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ। ମାତ୍ର ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ସେପେଟମ୍ବର ୨୩ରେ ଭାରତ ଅଭିମୁଖେ ଗସ୍ତ କରିବ। ଫିଟ୍‌ନେସ ଟେଷ୍ଟରେ ଦୁହେଁ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ସେମାନଙ୍କୁ ଦଳରେ ସାମିଲ କରାଯିବ।

Share