Categories: ଜାତୀୟ

ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…

ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତରେ ଅସହିଷ୍ଣୁତା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଆୟୋଜକ ସଂସ୍ଥା ହେଉଛି ଭାରତୀୟ ଆମେରିକୀୟ ମୁସଲିମ କାଉନସିଲ (ଆଇଏଏମସି)। ଏହି ସଂଗଠନ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଭାରତରେ ଦଙ୍ଗା ରଚିବା ଷଡଯନ୍ତ୍ର ସହ ଜଡିତ ବୋଲି କୁହାଯାଉଛି। ଅନସାରୀ ଏହି ଅନୁଷ୍ଠାନର ପ୍ଲାଟଫର୍ମରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ନାଗରିକ ରାଷ୍ଟ୍ରବାଦକୁ ସାଂସ୍କୃତିକ ରାଷ୍ଟ୍ରବାଦ ମାଧ୍ୟମରେ ବଦଳାଇବା ପାଇଁ ଭାରତରେ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ବହୁମତକୁ ଏକ ରାଜନୈତିକ ଏକଧିକାର ଭାବେ ପ୍ରୋଜେକ୍ଟ କରାଯାଇ ଧର୍ମ ଆଧାରରେ ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅନସାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ହମିଦ ଅନସାରୀଙ୍କ ସହ ଆମେରିକାର ଚାରିଜଣ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା କମିଶନର ମୁଖ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଭାରତର ବହୁମୁଖୀ ସମ୍ବିଧାନର ସୁରକ୍ଷା’। ଏଥିରେ ଅନସାରୀ ଏବଂ ଅନ୍ୟମାନେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣ୍ୟ ଭାଷଣ, ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ଅପବ୍ୟବହାର ଏବଂ କଶ୍ମୀରୀ କାର୍ଯ୍ୟକର୍ତ୍ତା ଖୁର୍ରମ ପରଭେଜଙ୍କ ଗିରଫ ପ୍ରସଙ୍ଗ ଉଠାଇଥିଲେ।

ସୂଚନାଯୋଗ୍ୟ ଅଭିଯୋଗ ଅଣାଯିବା ପରେ ଭାରତୀୟ ଆମେରିକୀୟ ମୁସଲିମ କାଉନସିଲ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ ଏହି ସଂସ୍ଥା ଆଇଏସ୍‌ଆଇ ସହିତ ଜଡିତ ନୁହେଁ। ଏହା ନାଗରିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏକ ଆମେରିକୀୟ ସଂଗଠନ।

Share