କେକେଙ୍କ ହୋଟେଲ ରୁମ୍‌ରୁ ମିଳିଲା ଆଣ୍ଟାସିଡ ଔଷଧ

ବଲିଉଡ ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି। କୋଲକାତାରେ ଲାଇଫ୍‌ କନ୍‌ସର୍ଟର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବରରେ ସାରା ବଲିଉଡ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଛୋକର ଛାୟା ଖେଳିଯାଇଛି। ତେବେ ତାଙ୍କ ବିୟୋଗ ହୃଦଘାତ ଯୋଗୁ ହୋଇଥିବା ମେଡିକାଲ ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି।
ହେଲେ ଏବେ ତାଙ୍କ ହୋଟେଲ ରୁମରୁ ଆଣ୍ଟାସିଡ ଔଷଧ ମିଳିଛି। ଏହି ଔଷଧକୁ ବଦହଜମୀ ଓ ଏସିଡିଜନିତ ସମସ୍ୟାରୁ ଛାତି ଜଳାପୋଡ଼ା ହେଲେ ଖାଇଥାନ୍ତି। ହେଲେ ଏବେ କେକେ ରହୁଥିବା ହୋଟେଲରୁ ଆଣ୍ଟାସିଡ ବଟିକା ମିଳିବା ପରେ ଚର୍ଚ୍ଚା ଜୋର ଧରିଛି।
କେକେଙ୍କର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ କହିବା ଅନୁସାରେ, କେକେ ବୋଧ ହୁଏ ଛାତିର ଯନ୍ତ୍ରଣାକୁ ଏସିଡିଟି ଭାବି ଆଣ୍ଟାସିଡ ନେଉଥିଲେ। ଅନେକ ସମୟରେ କେକେ ଆଣ୍ଟାସିଡ ନେଉଥିବା କହିଛନ୍ତି ତାଙ୍କ ସ୍ତ୍ରୀ କହିଛନ୍ତି। ଏଥିସହିତ ତାଙ୍କ ହାତ ଓ କାନ୍ଧରେ ଯନ୍ତ୍ରଣା ହେବା ନେଇ କେକେ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିବା ଜଣେ ଆଇପିଏସ ଅଫିସର ସୂଚନା ଦେଇଛନ୍ତି।

Share