ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ସବୁଜ ଆବରଣ ୧୦ ଗୁଣାରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରେ ଏଠାରେ ସବୁଜ ଆବରଣର ମାତ୍ରା ୧ ବର୍ଗ କିଲୋମିଟରରୁ କମ୍‌ ଥିବାବେଳେ ୨୦୨୧ରେ ଏହି ମାତ୍ରା ପ୍ରାୟ ୧୨ ବର୍ଗ କି.ମି.ରେ ପହଞ୍ଚିଛି। ବ୍ରିଟେନ୍‌ର ଏକ୍ସେଟର ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଶନିବାର ନେଚର୍‌ ଜିଓସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି, ୨୦୧୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକାରେ ସର୍ବାଧିକ ମାତ୍ରାରେ ସବୁଜ ଆବରଣରେ ବୃଦ୍ଧି ଘଟିଛି। ତେବେ ଏହି ଅବଧି ମଧ୍ୟରେ ଆଣ୍ଟାର୍କଟିକାରେ ଥିବା ସମୁଦ୍ର ବରଫର ପରିମାଣ ସମାନ ଅନୁପାତରେ ହ୍ରାସ ପାଇଛି। ଏହି ଉପଦ୍ୱୀପରେ ବୈଶ୍ୱିକ ହାରଠାରୁ ଅଧିକ ମାତ୍ରାରେ ଗରମ ଅନୁଭୂତ ହେଉଥିବା ନେଇ ଅଧ୍ୟୟନର ମୁଖ୍ୟ ଗବେଷକ ଥୋମାସ ରୋଲାଣ୍ଡ କହିଛନ୍ତି। ଜଳବାୟୁ ଗରମ ହେବା ଫଳରେ ଆଣ୍ଟାର୍କଟିକାର ଉଦ୍ଭିଦ ଇକୋ ସିଷ୍ଟମ ଅଧିକ ପ୍ରତିଷ୍ଠିତ ହେବାକୁ ଲାଗିଛି। ଆଗାମୀ ଦିନରେ ଏଠାରେ ସବୁଜିମା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ନେଇ ଅଧ୍ୟୟନର ଅନ୍ୟତମ ଗବେଷକ ଓଲିଭର ବାର୍ଟେଲେଟ କହିଛନ୍ତି। ତେବେ ଆଣ୍ଟାର୍କଟିକାରେ ମୃତ୍ତିକା ପ୍ରାୟତଃ ନ ଥାଏ କିମ୍ବା ଏହାର ସ୍ତର ବିଶେଷ ଭଲ ନ ଥାଏ। ଧୀରେ ଧୀରେ ଏହି ଉପଦ୍ୱୀପରେ ସବୁଜିମା ବୃଦ୍ଧି ଘଟୁଥିବା ହେତୁ ଜୈବିକ ପଦାର୍ଥ ସୃଷ୍ଟି ହେବ, ଯାହା ମୃତ୍ତିକା ଗଠନରେ ସହାୟକ ହେବ ଏବଂ ଆଗାମୀ ଦିନରେ ଏଠାରେ ଅନ୍ୟ ଉଦ୍ଭିଦଗୁଡ଼ିକର ବୃଦ୍ଧି ପାଇଁ ବାଟ ଖୋଲିବ ବୋଲି ବାର୍ଟେଲେଟ କହିଛନ୍ତି। ତେବେ ଆଣ୍ଟାର୍କଟିକାରେ ସବୁଜିମାର ଧାରାକୁ ଚଳାଉଥିବା ପ୍ରକ୍ରିୟାଗୁଡ଼ିକର ପରୀକ୍ଷଣ ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ରୋଲାଣ୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri