ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ଜମାଟ ବାନ୍ଧିଲା ନାହିଁ ବରଫ

ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ ଭାଙ୍ଗୁଥିବା ବରଫ ତରଳି ଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସମୁଦ୍ରର ବରଫ ଫେବୃୟାରୀ ଶେଷରେ ତରଳିଯାଏ। ତା’ପରେ ଶୀତଦିନେ ଏହା ଜମାଟ ବାନ୍ଧି ଯାଇଥାଏ। କିନ୍ତୁ ଚଳିତ ବର୍ଷ ବୈଜ୍ଞାନିକମାନେ କିଛି ଅଲଗା ଦେଖିବାକୁ ପାଇଲେ। ସମୁଦ୍ର ବରଫ ମଧ୍ୟ ଆଶା କରାଯାଉଥିବା ସ୍ତର ନିକଟ ପର୍ଯ୍ୟନ୍ତ ଜମାଟ ବାନ୍ଧିଲା ନାହିଁ।
ସୂଚନାଯୋଗ୍ୟ, ଗତ ୪୫ବର୍ଷ ମଧ୍ୟରେ ଏଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ସମୁଦ୍ର ବରଫ ଏତେ ନିମ୍ନ ସ୍ତରରେ ରହିଛି। ଗତ କିଛି ବର୍ଷ ହେବ ଏହାର ଧସିବାର ହାର ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜାତୀୟ ତୁଷାର ଏବଂ ବରଫ ଡାଟା କେନ୍ଦ୍ର (NSIDC) ର ତଥ୍ୟ ଅନୁଯାୟୀ, ଗତ ଶୀତର ରେକର୍ଡ ତୁଳନାରେ ୨୦୨୨ରେ ତୁଷାର ପ୍ରାୟ ୧.୬ ମିଲିୟନ ବର୍ଗ କିଲୋମିଟର (୦,୬ ମିଲିୟନ ବର୍ଗ ମାଇଲ) କମ ଅଟେ।
ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି ଆଶ୍ଚର୍ଯ୍ୟ କଲାଭଳି ଏହି ବରଫ ତରଳିବା ଘଟଣା ଏକ ସଙ୍କେତ। ଏପରି ଜଳବାୟୁ ପରିବର୍ତ୍ତନ ଏହି ବରଫାବୃତ୍ତ ଅଞ୍ଚଳରେ ଅଧିକ ପ୍ରଭାବ ପକାଇପାରେ। ଗ୍ଲୋବାଲ ଓ୍ବାର୍ମିଂ ଏହାର ସବୁଠାରୁ ବଡ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri