ଓ୍ବାଶିଂଟନ, ୨୪।୧୧: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନରେ ତାଙ୍କର ବିଦେଶ ନୀତି ଉପଦେଷ୍ଟା ଆଣ୍ଟୋନି ବ୍ଲିକେନ ପରରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ମଙ୍ଗଳବାର ବାଇଡେନ୍ ତାଙ୍କର ପ୍ରଥମ ପର୍ଯ୍ୟାୟ କ୍ୟାବିନେଟ୍ ଘୋଷଣା କରିବେ। ବାରାକ୍ ଓବାମାଙ୍କ ଦ୍ୱିତୀୟ ପାଳି ସରକାରରେ ବ୍ଲିକେନ୍ ପରରାଷ୍ଟ୍ର ଉପସଚିବ ଓ ଉପରାଷ୍ଟ୍ରପତି ବାଇଡେନ୍ଙ୍କ ଜାତୀୟ ସୁରକ୍ଷା ଉପଦେଷ୍ଟା ରହିଥିଲେ।