Posted inଖେଳ

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପିଣ୍ଟୋ ନିଜ ଦାୟିତ୍ୱରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଭବିଷ୍ୟତ ପାଇଁ କ୍ଲବ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଭାରତୀୟ ଫୁଟ୍‌ବଲରେ ଜଣେ ସମ୍ମାନସ୍ପଦ ଚେହେରା ଆନ୍ଥୋନୀଙ୍କର ଅନେକ ଅଭିଜ୍ଞତା ରହିଛି। ସଫଳ ଖେଳ ଜୀବନ ପରେ ସେ କୋଚିଂକୁ ଆପଣେଇ ନେଇଥିଲେ। ଜଣେ ଖେଳାଳି ଭାବେ ସେ ଅନେକ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏଫ୍‌ସିର ଅନ୍ତରୀଣ କୋଚ୍‌ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ମୁମ୍ବାଇ ସିଟି ଏଫ୍‌ସିର ସହକାରୀ କୋଚ୍‌ ଏବଂ ଏହାର ୟୁଥ୍‌ ସେଟ୍‌ଅପ୍‌ରେ ସାମିଲ ହୋଇଥିବାରୁ ଆନ୍ଥୋନୀଙ୍କର କୋଚିଂ ଅଭିଜ୍ଞତା ପରିପକ୍ୱ ହୋଇଛି। ଚତୁର ବୁଦ୍ଧିମତ୍ତା, ଖେଳାଳିଙ୍କୁ ମୋଟିଭେଟ୍‌ କରିବାର କ୍ଷମତା ଏବଂ ଯୁବ ଖେଳାଳିଙ୍କୁ ବିକଶିତ କରିବାର ଅଭିଜ୍ଞତା ନିକଟ ଅତୀତରେ ମୁମ୍ବାଇ ଦଳ ସଫଳତାର ଅନ୍ୟତମ କାରଣ। ଆନ୍ଥୋନୀଙ୍କ ନିଯୁକ୍ତିରେ ଖୁସିପ୍ରକାଶ କରିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ”ମୁମ୍ବାଇ ସିଟିରେ ତାଙ୍କ ସହ କାର୍ଯ୍ୟ କରିଥିବାରୁ ମୁଁ ଭାଗ୍ୟବାନ। ଆମେ ମିଶି ସଫଳତା ପାଇଥିଲୁ। ଜଣେ ପେସାଦାର ଏବଂ ଭଲ ବ୍ୟକ୍ତିଙ୍କ ସହିତ ମୁଁ ପୁଣିଥରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି“ ବୋଲି ଲୋବେରା କହିଛନ୍ତି। ସେହିପରି ”ମୁଁ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା ଏକ ଉଚ୍ଚାଭିଳାଷୀ କ୍ଲବ। ଟାଇଟଲ ପାଇଁ ଲଢ଼େଇ ଏବଂ ଦଳର ପ୍ରଗତିରୁ ଏହା ସ୍ପଷ୍ଟ। ସର୍ଗିଓଙ୍କ ସହ ପୁଣିଥରେ କାମ କରିବା ଉପରେ ମୁଁ ଫୋକସ କରୁଛି। ତାଙ୍କ ସହ ପୂର୍ବରୁ ମୁଁ ସଫଳତାକୁ ଉପଭୋଗ କରିଛି। ଓଡ଼ିଶା ଏଫ୍‌ସିକୁ ନୂଆ ସୋପାନକୁ ନେଇ ଯିବାକୁ ମୁଁ ଯଥାସାଧ୍ୟ ଉଦ୍ୟମ କରିବି“ ବୋଲି କୋଚ୍‌ ଆନ୍ଥୋନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କ ହୁଙ୍କାର: ଯୁଦ୍ଧ ଏବେ…

ନୂଆଦିଲ୍ଲୀ,୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏହି ଟ୍ରଫି ଅଧୀନରେ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri