ମେଲବୋର୍ନ, ୨୩।୫ : ଟୋକିଓରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପୂର୍ବରୁ ଅଷ୍ଟ୍ରେଲିଆର ଲେବର ପାର୍ଟିର ନେତା ଆନ୍ଥୋନୀ ଆଲବାନେସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆନ୍ଥୋନୀ ଅଷ୍ଟ୍ରେଲିଆର ୩୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଆନ୍ଥୋନୀ ଆଲବାନିସ ଟୁଇଟରରେ ଲେଖିଛନ୍ତି ଯେ ମୁଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ବେଶ୍ ଗର୍ବିତ ମନେ କରୁଛି। ପ୍ରଧାନମନ୍ତ୍ରୀ ଭାବରେ ମୁଁ ଲୋକମାନଙ୍କୁ ଏକାଠି କରିବାକୁ ଏବଂ ଏକ ସରକାରର ନେତୃତ୍ୱ ନେବାକୁ ଚାହୁଁଛି। ଅଷ୍ଟ୍ରେଲୀୟ ଲୋକଙ୍କ ପରି ସାହସୀ, ପରିଶ୍ରମୀ ଏବଂ ଯତ୍ନଶୀଳ ଭାବେ ମୁଁ କାର୍ଯ୍ୟ କରିବି।
କ୍ୱାଡ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆନ୍ଥୋନୀ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି।