କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ

କୋରାପୁଟ,୨୮।୬: ଡିପ୍‌ଥେରିଆ, ଜଣ୍ଡିସ୍‌ ପରେ ରାଜ୍ୟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ଶୁକ୍ରବାର କୋରାପୁଟ ଜିଲା ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଡିଏମ୍‌ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ମେଡିକାଲ ଟିମ୍‌ ପକ୍ଷରୁ ୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।
୨ ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରହିବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share