Categories: ଜାତୀୟ

ଦେଶରେ ଭାଜପା ବିରୋଧୀ ଲହର: ଶରଦ ପାଓ୍ବାର…

ମୁମ୍ବାଇ,୭।୬ : କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ପରେ ବିରୋଧୀ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ନଜର ରଖିଛନ୍ତି। ମହାମେଣ୍ଟରୁ ଏଥିପାଇଁ ବିଭିନ୍ନ ରଣନୀତି ଗ୍ରହଣ କରାଯାଉଛି। ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି ବର୍ତ୍ତମାନ ଦେଶରେ ଭାଜପା ବିରୋଧୀ ଲହର ରହିଛି ଏବଂ କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯଦି ଏହା ଲୋକଙ୍କ ମାନସିକତା, ତେବେ ଆଗାମୀ ନିର୍ବାଚନରେ ଦେଶରେ ପରିବର୍ତ୍ତନ ଆସିବ। ମହାରାଷ୍ଟ୍ରରେ ଛୋଟ ଛୋଟ ଘଟଣାକୁ ଧାର୍ମିକ ରଙ୍ଗ ଦିଆଯାଉଛି। ଯାହା ଏକ ଭଲ ସଙ୍କେତ ନୁହେଁ । କର୍ନାଟକରେ କଂଗ୍ରେସ ୫ ବର୍ଷ ବ୍ୟବଧାନ ପରେ କ୍ଷମତାକୁ ଫେରିଛି।

ଦେଶରେ ଲୋକସଭା ନିର୍ବାଚନ ୨୦୨୪ ରେ ହେବ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟ ଆସନ୍ତା ବର୍ଷ ଶେଷରେ ହେବ। ପରିସ୍ଥିତିକୁ ଦେଖି ମୁଁ ଅନୁଭବ କରୁଛି ଦେଶରେ ଭାଜପା ବିରୋଧୀ ଲହର ଚାଲିଛି। ଦେଶରେ ପରିବର୍ତ୍ତନ ଆସିବ, ଏହା କହିବା ପାଇଁ କୌଣସି ଜ୍ୟୋତିଷଙ୍କର ଆବଶ୍ୟକତା ନାହିଁ ।
ଯେତେବେଳେ ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ନିକଟ ଅତୀତରେ କେତେକ ହିଂସା ଘଟଣା ବିଷୟରେ ଶରଦ ପାୱାରଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାର ଦାୟୀ। ଯଦି ଶାସକ ଦଳ ଏବଂ ସେମାନଙ୍କ ଲୋକମାନେ ରାସ୍ତାରେ ଯାଇ ଦୁଇ ଧର୍ମ ମଧ୍ୟରେ ମତଭେଦ ସୃଷ୍ଟି କରନ୍ତି, ତେବେ ଏହା ଏକ ଭଲ ସଙ୍କେତ ନୁହେଁ ।

ଯଦି ଔରଙ୍ଗାବାଦରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟର ଦେଖାଯାଏ, ତେବେ ପୁଣେରେ ହିଂସା ହେବାର ଆବଶ୍ୟକତା କ’ଣ? କିନ୍ତୁ ଏହା ଘଟିବାକୁ ଦିଆଯାଉଛି। ନିକଟରେ ଆମେ ଅହମଦନଗର ବିଷୟରେ ଶୁଣିଥିଲେ। ଆଜି ମୁଁ କୋଲହାପୁରରୁ ଏକ ଖବର ଦେଖିଲି। ଲୋକମାନେ ରାସ୍ତାରେ ବାହାରକୁ ଆସିଥିଲେ, ଏବଂ ଫୋନରେ ମେସେଜ କରିବାର ଏକ ଛୋଟ ଘଟଣାକୁ ଧାର୍ମିକ ରଙ୍ଗ ଦେବା ଭଲ ସଙ୍କେତ ନୁହେଁ। ଶାସକ ଦଳ ଏଭଳି ଜିନିଷକୁ ଉତ୍ସାହିତ କରୁଛନ୍ତି।

ଏନସିପି ମୁଖ୍ୟ ପାୱାର ମଧ୍ୟ ରାଜ୍ୟରେ କୃଷି ସମ୍ବନ୍ଧୀୟ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କପା ଉତ୍ପାଦନ କରୁଥିବା ଚାଷୀଙ୍କ ଅବସ୍ଥା ଗୁରୁତର। କପା କ୍ରୟ କରାଯିବା ଉଚିତ କିନ୍ତୁ ତାହା ହୋଇ ନାହିଁ। ଯଦି କୃଷକମାନେ ରାସ୍ତାରେ ଓହ୍ଲାଇବାକୁ ସ୍ଥିର କରନ୍ତି, ତେବେ ଏନସିପି ସେମାନଙ୍କ ପଛରେ ରହିବ। ସରକାରଙ୍କ ଆଭିମୁଖ୍ୟ ସେତିକି ସକାରାତ୍ମକ ନୁହେଁ। ରପ୍ତାନି ପାଇଁ କୋଟା ସ୍ଥିର କରାଯାଇ ନାହିଁ ଏବଂ ଅନ୍ୟ ପଟେ ଚିନି ମୂଲ୍ୟ ହ୍ରାସ ପାଉଛି। ବର୍ତ୍ତମାନର ଅର୍ଥନୀତି କୃଷି ଉତ୍ପାଦନକାରୀଙ୍କ ପାଇଁ ଲାଭଦାୟକ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

Share