Categories: Video

Anti-CAA protests rage across country | ଦିଲ୍ଲୀରୁ ପଲ୍ଲୀ CAAକୁ ବିରୋଧ

Protests and demonstrations against CAA continued to rage across the country Thursday. Protests turned violent at many places as well. Internet services were taken town and Sec-144 was imposed in several parts of Delhi to contain the situation. In Odisha, several organisations and students took to the streets against CAA. The demonstrations were peaceful.

ନାଗରିକତ୍ବ ସଂଶୋଧିତ ଆଇନକୁ ଜୋରଦାର ବିରୋଧ ପରେ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ହୋଇଛି। ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୧୫ରୁ ଅଧିକ ମେଟ୍ରୋ ଷ୍ଟେଶନ ବନ୍ଦ ହେବା ସହିତ କିଛି ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ଦିଲ୍ଲୀ ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ସେହିପରି ଉତ୍ତରପ୍ରଦେଶରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯିବା ସହିତ ୧୪୪ ଧାରା ଲାଗୁ କରାଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ CAAକୁ ବିରୋଧ କରି ଛାତ୍ରୀଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।