ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’

ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ ଥିବା ଠେଲା ଦୋକନକୁ ଯିବା ପାଇଁ କି ସେଠାରୁ କିଛି ଖାଇବାକୁ ଡରୁଛନ୍ତି। ସେଇଠି ତେଲେଙ୍ଗାନାର ଓ୍ବାରାଙ୍ଗାଲରେ ଏକ ଚା’ ଦୋକାନରେ ଦିନସାରା ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଓ୍ବାରାଙ୍ଗାଲରେ ଶିବ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ଚା’ ବିକ୍ରି କରନ୍ତି। ତାଙ୍କ ଚା’ ଅନ୍ୟ ଦୋକାନଠାରୁ ପୁରା ଭିନ୍ନ। କାରଣ ସେ ତିଆରି କରୁଥିବା ଚା’ରେ ଅଦା, ଗୋଲମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ ଆଦି ମିଶାଇ ଏହାକୁ ତିଆରି କରିଥାନ୍ତି। ଯାହା ପ୍ରାକୃତିକ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ସେ ଏହି ଚା’କୁ ‘ଆଣ୍ଟି କରୋନା ଟି’ ନାମରେ ନାମିତ କରିଛନ୍ତି। ଯାହା ଏବେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏନେଇ ଜଣେ ଗ୍ରାହକଙ୍କ କହିବା କଥା ଚା’ରେ ବ୍ୟବହୃତ ହେଉଥିବା ଉପାଦାନଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ କରୋନା ଭାଇରସ୍‌ ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଅନ୍ୟପଟେ ଶିବଙ୍କ ଏହି ଚା’ ଏବେ ପପୁଲାର ହେବା ସହ ବେଶ୍‌ ଚର୍ଚ୍ଚା ସାଉଁଟିଛି।

Share