Advertisement

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ଥାନାରେ ସୋମବାର ସଚେତନ କାର୍ଯ୍ୟ କରାଯାଇଛି । ଆଇଆଇଆସି ରମେଶ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି, ଲଷ୍ମୀ ସେଠି, ବାସନ୍ତି ବେହେରା, ଏଏସଆଇ ଅର୍ଜୁନ ଶବର ଏବଂ ଥାନାର ସମସ୍ତ କର୍ମଚାରୀ ଦୁର୍ନୀତି ନିବାରଣ ସଚେତନ କରିବା ସହ ଏହାକୁ ପ୍ରଶୟ ନଦେବାକୁ ଶପଥ ପାଠ କରିଛନ୍ତି । ପୋଲିସ ପକ୍ଷରୁ ଦୁର୍ନୀତିନିବାରଣ ନେଇ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାକୁ ପ୍ରୟାସ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share