Categories: Video

ବଢୁଛି ଡ୍ରଗ୍ସ ସେବନ

ଡ୍ରଗ୍ସ, ଯାହାର ନାମ ଶୁଣିବା ମାତ୍ରେ ହିଁ ମନକୁ ଚାଲିଆସେ ଏକ ନିରବ ବିଷ । ଏହା ଥରେ ମଣିଷକୁ କବଳିତ କରିଦେଲେ ଆଉ ତାଠାରୁ ମୁକୁଳିବା ଏତେ ସହଜ ନୁହେଁ । ଅର୍ଥନୈତିକ ଅଧପତନ ଠାରୁ ଆରମ୍ଭ କରି , ମୃତ୍ୟୁୁକୁ ସାମ୍ନା କରିବାକୁ ପଡିଥାଏ ମଣିଷକୁ । ତେବେ ଏହି ନିରବ ବିଷ ଠାରୁ ଦୂରେଇ ରହିବା ପାଇଁ ଏହାର ବେଆଇନ କାରବାର ବିରୋଧରେ ସ୍ବର ଉତ୍ତୋଳନ କରିବା ଏବଂ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୬ରେ ଅନ୍ତର୍ଜାତୀୟସ୍ତରରେ ପାଳିତ ହୋଇଥାଏ ‘ଡ୍ରଗ୍ସ ଦୁରୁପଯୋଗ ଏବଂ ଚାଲାଣ ନିରୋଧୀ ଦିବସ’।