Categories: ଜାତୀୟ

ସରକାର କୃଷକଙ୍କ ଦାବି ନ ମାନିଲେ ଦିଲ୍ଲୀରେ ସୀମିତ ରହିବ ନାହିଁ ଆନ୍ଦୋଳନ: ଶରଦ ପାୱାର

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ୨୪ ଘଣ୍ଟିଆ ଏହି ଆନ୍ଦୋଳନ ଫଳରେ ଗାଜିପୁର ବର୍ଡର, ଟିକରି ବର୍ଡରରେ ମଧ୍ୟ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ଏହାସହ ବୁରାଡି ଗ୍ରାଉଣ୍ଡରେ ବି କେତେକ କୃଷକ ଆନ୍ଦୋଳନ କରିଛନ୍ତି । କୃଷକ ଓ ସରକାରଙ୍କ ମଧ୍ୟରେ ୫ମ ରାଉଣ୍ଡ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏବେ କୃଷକଙ୍କ ପକ୍ଷରୁ ୮ ଡିସେମ୍ବରରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାପରେ ୯ ଡିସେମ୍ବରରେ ସରକାରଙ୍କ ସହ ପୁଣି ବସିବାକୁ ଥିବା ବୈଠକ ଉପରେ ସମସ୍ତଙ୍କର ନଜର ରହିଛି । ଇତିମଧ୍ୟରେ ଏନ୍‌ସିପି ନେତା ଶରଦ ପାୱାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେବା ଭଳି କଥା କହିଛନ୍ତି । ସେ କହିଛନ୍ତି ଯଦି କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ବିଚାରକୁ ନ ନିଅନ୍ତି ତେବେ ଏହି ଆନ୍ଦୋଳନ କେଳବ ଦିଲ୍ଲୀରେ ସମୀତ ରହିବ ନାହିଁ । ତେଣୁ ସରକାର କୃଷକଙ୍କ ଦାବିକୁ ନେଇ ପରିପକ୍ୱତା ଦେଖାଇବା ଉଚିତ । ସୂଚନାଯୋଗ୍ୟ, ୮ ଡିସେମ୍ବରରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ଓ ଟିଆର୍‌ସି ସମର୍ଥନ କରିଛନ୍ତି ।

Share