Categories: ଜାତୀୟ

ବାଘ ଶାବକ ନାମକରଣ ନେଇ ମହାରାଷ୍ଟ୍ରରେ ଶାସକ ବିରୋଧୀ ମୁହାଁମୁହିଁ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ବାଘ ଶାବକ ନାମକରଣକୁ ନେଇ ଏକ କାର୍ଯ୍ୟକ୍ରମ ପରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କୁହାଯାଉଛି ନାମକରଣରେ ‘ଆଦିତ୍ୟ’ ନାମକ ଏକ କାଗଜ ଲକତ ଡ୍ରରୁ ଆସିବାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ ତା ବଦଳରେ ଆଉ ଏକ ଡ୍ର କରାଯାଇଥିଲା। ଏନେଇ ଶିବସେନା (ୟୁବିଟି) କହିଛି ଆଦିତ୍ୟ ଠାକରେଙ୍କ ନାମକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ଭୟଭୀତ ଅଛନ୍ତି। ବିରୋଧୀଦଳର ନେତାମାନେ ଏହି ନାମକୁ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସହ ଯୋଡିଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱରଙ୍କୁ ତିନି ବାଘ ଛୁଆର ନାମକରଣ ପାଇଁ ଛତ୍ରପତି ସମ୍ଭାଜୀନଗର ଡକାଯାଇଥିଲା। କାର୍ଯ୍ୟକ୍ରମର ଭିଡିଓରେ ଦର୍ଶାଯାଇଛି ଶିନ୍ଦେ ଏକ କାଚପାତ୍ରରେ ରଖାଯାଇଥିବା ନାମକରଣର କାଗଜ ବାହାର କରିବା ପରେ ଅଜିତ ପାୱାରଙ୍କୁ ଅନ୍ୟ ପାତ୍ରରୁ କାଗଜ ବାହାର କରିବାକୁ ଅନୁରୋଧ କରାଯାଇଥିଲା। ପାୱାର ହସି ହସି ତାଙ୍କ କାଗଜକୁ କାହାକୁ ଦେଖାଇଲେ। ତେବେ ପଛରୁ କେହି କହୁଥିବାର ଶୁଣାଯାଉଛି ଏହା ହେଉଛି ଆଦିତ୍ୟ ।

ବିଧାନ ପରିଷଦରେ ବିରୋଧୀ ଦଳର ନେତା ଅମ୍ବାଦାସ ଦାନଭେ ଏବଂ ଶିବସେନା (ୟୁବିଟି) କହିଛନ୍ତି ଏହା ଆଦିତ୍ୟ ଠାକରେଙ୍କୁ ଦର୍ଶାଉଥିବା ଆକାଶର ସୂର୍ଯ୍ୟଙ୍କୁ କେହି ଅଟକାଇ ପାରିବେ ନାହିଁ। ଏହି ସରକାର ତାଙ୍କ ନାମକୁ ମଧ୍ୟ ଡରୁଛନ୍ତି। ପରେ, ନାମକରଣ ବିବାଦ ବିଷୟରେ ପଚରାଯାଇଥିବା ପ୍ରଶ୍ନ ପ୍ରତି ଶିନ୍ଦେ ଧ୍ୟାନ ଦେଇ ନ ଥିଲେ । ସେ କହିଥିଲେ, ଏକାସାଙ୍ଗରେ ଦୁଇଟି କାଗଜ କଢ଼ା ଯାଇଥିଲା। ତେଣୁ ଏକ କାଗଜକୁ ରଖା ଯାଇଥିଲା।

Share