କାନାଡା ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ପୋଷ୍ଟର, ଅସନ୍ତୋଷ ବ୍ୟକ୍ତ କଲେ ଭାରତ ସରକାର…

ଟରଣ୍ଟୋ,୩୧।୧ : କାନାଡାର ବ୍ରେମ୍ପଟନ ସହରରେ ଥିବା ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖାଥିବା ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋ ସରକାରଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ କାନାଡାରେ ବାସ କରୁଥିବା ହିନ୍ଦୁଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଟରଣ୍ଟୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବ୍ରେମ୍ପଟନ ସହରରେ ଥିବା ଗୌରୀ ଶଙ୍କର ମନ୍ଦିରରେ ଭଙ୍ଗାରୁଜା ଏବଂ ମନ୍ଦିର ପ୍ରାଚୀରରେ ଲେଖା ଯାଇଥିବା ଭାରତ ବିରୋଧୀ ସ୍ଲୋଗାନକୁ ନିନ୍ଦା କରାଯାଇଛି।

ଏହାଦ୍ୱାରା କାନାଡାରେ ବାସ କରୁଥିବା ଭାରତୀୟଙ୍କ ଭାବନାକୁ ଆଘାତ ଲାଗିଛି ବୋଲି ଦୂତାବାସ କହିଛି। ଏନେଇ କାନାଡା ସରକାରଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି।

Share