ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…

ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗ ଦେଇ ଚାଷୀ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ ଅଭିଯୁକ୍ତଙ୍କୁ ଘଣ୍ଟା ଘୋଡ଼ାଯାଉ ନାହିଁ କିମ୍ବା କୌଣସି ପ୍ରତିରକ୍ଷାତ୍ମକ ପଦକ୍ଷେପ ଭାଜପା ସରକାର ଗ୍ରହଣ କରୁ ନ ଥିବା ସୂୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ ଏଭଳି କହିଛନ୍ତି। ଭାରତର ଭାଜପା ସରକାର ଏହି ଘଟଣାରେ ପ୍ରତିରକ୍ଷାତ୍ମକ ପଦକ୍ଷେପ ଅବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ସେହିପରି ଚାଷୀ ଆନ୍ଦୋଳନ ନେଇ ସେ ଉତ୍ତର ଦେଇ କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟାରୀ କମିଟି କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି। କୃଷି ଆଇନ ନେଇ ପାର୍ଲାମେଣ୍ଟର ବିସ୍ତୃତ ଆଲୋଚନା କରାଯାଇଥିବା ସେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି।

Share