ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର: କଟୁ ସମାଲୋଚନା

ବାଲିଗୁଡା,୨୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲଗାଯାଇଛି। ଏଥିରେ ମାଓବାଦୀଙ୍କୁ କଟୁ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜାଲଗୁ ହିଂସା କେଉଁ ଅଧିକାରରେ ଓ କ’ଣ ପାଇଁ କରାଯାଇଛି ବୋଲି ଆଇଏନ୍‌ପିପିଏଫ୍‌ ପ୍ରଶ୍ନ ଉଠାଇଛି। ଏଥିରେ କୁହାଯାଇଛି ଯେ, କଞ୍ଜାଲଗୁଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ବିକାଶ କାମକୁ ବିରୋଧ କରି ଘଟେଇଥିବା ଏହି ଘଟଣା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ। ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି, ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Share