ମାଲକାନଗିରି,୨୦।୧ (ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ କେରିମିଟି ଗ୍ରାମର ନିରୀହ ଆଦିବାସୀ ଯୁବକ ଆନନ୍ଦ ସାହୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଛି। ଏହି ପୋଷ୍ଟର ଓଡିଶା ରାଜ୍ୟ ମାଓବାଦୀ ପିଏଲଜିଏ ବିରୋଧୀ ଏଏନପିପିଏଫ ପକ୍ଷରୁ ଲଗାଯାଇଛି। ପୋଷ୍ଟରରେ ଏଏନପିପିଏଫ ମାଓବାଦୀଙ୍କୁ ଖୋଲା ଚାଲେଞ୍ଜ ଦେଇଛି। ଆନନ୍ଦଙ୍କୁ ପୋଲିସ ସୂଚନାଦାତା କହି ହତ୍ୟା କରିବାର ଅଧିକାର ମାଓବାଦୀଙ୍କୁ କିଏ ଦେଲା ବୋଲି ଏଏନପିପିଏଫ ପ୍ରଶ୍ନ ଉଠାଇଛି। ମାଓବାଦୀମାନେ ପ୍ରଜାକୋର୍ଟ ବନ୍ଦ ନ କଲେ ଏହାର ପରିଣାମ ମାଓବାଦୀ ସଙ୍ଗଠନକୁ ଭୋଗିବାକୁ ପଡ଼ିବ ବୋଲି ପୋଷ୍ଟରରେ କୁହାଯାଇଛି।