ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ

କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସରକାରଙ୍କ ଭୁଲ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିକା ନୀତିକୁ ସମାଲୋଚନା କରାଯାଇ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯିବା ଘଟଣା ସମାଲୋଚକଙ୍କୁ ମହଙ୍ଗା ପଡ଼ିଛି। ପୋଷ୍ଟର ଲଗାଇଥିବା ୧୫ ଜଣଙ୍କୁ ଗିରଫ କରାଯିବା ସହ ଏକାଧିକ ଏତଲା ବିଭିନ୍ନ ଥାନାରେ ଦାଏର କରାଯାଇଛି। ଉକ୍ତ ପୋଷ୍ଟରରେ ଲେଖାଯାଇଛି, ମୋଦିଜୀ ଆମ ପିଲାମାନଙ୍କ ଟିକାକୁ କ’ଣ ପାଇଁ ବିଦେଶରେ ବିକିଲ। ଗୁରୁବାର ରାତିରେ କେହି ଉକ୍ତ ପୋଷ୍ଟରଗୁଡ଼ିକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଇଥିଲେ। ଆଇପିସିର ଧାରା ୧୮୮ ଓ ଅନ୍ୟାନ୍ୟ ଧାରାରେ ୧୭ ଏତଲା ଦାଏର ହୋଇଥିବା ପୋଲିସ କହିଛି।

Share