ଚେନ୍ନାଇ,୧୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟପାଳ ଆର.ଏନ ରବିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଷ୍ଟାଲିନ ସୋମବାର କହିଛନ୍ତି ଯେ, ତାମିଲନାଡୁ ସରକାର ସ୍ବାଧୀନତା ଦିବସରେ ରାଜ୍ୟପାଳ ଆର.ଏନ ରବିଙ୍କ ପ୍ରୋ-ନିଟ୍ ଷ୍ଟାଣ୍ଡକୁ ବିରୋଧ କରି ତାଙ୍କ ଦ୍ୱାରା ଆୟୋଜିତ ଚା ’ପାର୍ଟିକୁ ବର୍ଜନ କରିବେ।
ଦୁଇ ଦିନ ପୂର୍ବେ ଆର.ଏନ ରବି କହିଥିଲେ ଯେ, ତାମିଲନାଡୁ ସରକାରଙ୍କ ନିଟ୍ ବିରୋଧୀ ବିଧେୟକକୁ ସେ କଦାପି ମଞ୍ଜୁରୀ ଦେବେନାହିଁ। ରବି କହିଛନ୍ତି ଯେ, ନିଟ୍ ବିନା ସଫଳତା ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ ନୁହେଁ ଏବଂ ଏହି ପରୀକ୍ଷା ଜାରି ରହିବ।