ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଜଗତ୍ସିଂହପୁର ପୂର୍ବତନ ଜିଲା ଉପସଭାପତି ଅଜିତ କୁମାର ଦାସ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପାରାଦୀପ ନଗର ପୂର୍ବତନ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ, ମହିଳା ମୋର୍ଚ୍ଚା ଜିଲା ଉପ ସଭାନେତ୍ରୀ ଶୈଳେନ୍ଦ୍ରୀ ସେନାପତି ଏବଂ ଜିଲା ସମ୍ପାଦକ ଅରୁଣ କୁମାର ସ୍ବାଇଁଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଜଗତ୍ସିଂହପୁର ଜିଲା ସଭାପତିଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ଭାଜପା ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି।