Categories: ଜାତୀୟ

ଭାରତୀୟ ନୌସେନା ପରୀକ୍ଷା କଲା ଆଣ୍ଟି ଶିପ୍ ମିଶାଇଲ: ସର୍ବାଧିକ ଦୂରତା ପର୍ଯ୍ୟନ୍ତ କରିବ ଲକ୍ଷ୍ୟ ଭେଦ

ନୂଆଦିଲ୍ଲୀ,୩୦ ।୧୦: ଭାରତୀୟ ନୌସେନା ଦ୍ୱାରା ଶୁକ୍ରବାର ଆଣ୍ଟି ଶିପ ମିଶାଇଲ ଉତ୍‌କ୍ଷେପଣ କରାଯାଇଛି । ନୌସେନା ଗାଇଡେଡ ମିଶାଇଲ କରଭେଟ ଆଇଏନ୍‌ଏସ୍ କୋରା ସହାୟତରେ ଏହି ମିଶାଇଲ ଉତକ୍ଷେପର କରିଛି । ପଶ୍ଚିମବଙ୍ଗ ଉପକୂଳରେ ଭାରତୀୟ ନୌସେନା ଏହି ପରୀକ୍ଷଣ କରିଛି । ଏହା ସଠିକ୍ ଭାବେ ସର୍ବାଧିକ ସୀମା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି କୁହାଯଏ । ଗୋଟିଏ ସପ୍ତାହ ମଧ୍ୟରେ ଭାରତୀୟ ନୌସେନାର ଏହା ଦ୍ୱିତୀୟ ଶକ୍ତି ପରୀକ୍ଷା । ଏଥର ପରୀକ୍ଷଣ କରାଯାଇଥିବା ମିଶାଇଲର ଲକ୍ଷ୍ୟ ଏତେ ସଠିକ୍ ଥିଲା ସେ ଯେଉଁ ଜାହାଜକୁ ଲକ୍ଷ୍ୟ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଭାରତୀୟ ନୌସେନା ଦ୍ୱାରା ଏହାର ଫଟୋ ମଧ୍ୟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ନୌସେନା ଦ୍ୱାରା ଆଏନ୍‌ଏସ୍ ପ୍ରବଳରୁ ମଧ୍ୟ ଯେଉଁ ମିଶାଇଲର ପରୀକ୍ଷଣ କରାଯାଇଥିଲା ତାହାର ଏକ ଭିଡିଓ ଜାରି କରାଯାଇଥିଲା ।

Share