ଇମ୍ରାନଙ୍କୁ ସାମାନ୍ୟ ଆଶ୍ୱସ୍ତି, ୩ଟି ଭିନ୍ନ ମାମଲାରେ ମିଳିଲା ମଧ୍ୟବର୍ତ୍ତିକାଳୀନ ଜାମିନ

ଇସଲାମାବାଦ,୪।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କୁ କୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି। ଲାହୋରର ଆଣ୍ଟି ଟେରରିଷ୍ଟ କୋର୍ଟ ହିଂସା, ବର୍ବରତା, ହତ୍ୟା ଓ ଆଉ କିଛି ମାମଲାରେ କୋର୍ଟ ଇମ୍ରାନଙ୍କ ମଧ୍ୟବର୍ତ୍ତି କାଳିନ ଜାମିନକୁ ବୃଦ୍ଧି କରିଛନ୍ତି। ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ଇମ୍ରାନଙ୍କୁ ୩ଟି ମାମଲାରେ ମଧ୍ୟବର୍ତ୍ତିକାଳିନ ଜାମିନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଇମ୍ରାନ ଖାଁ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଇସଲାମାବାଦ ଓ ଲାହୋର କୋର୍ଟରେ ତାଙ୍କ ନାମରେ ଅନେକ ମାମଲା ବିଚାରାଧିନ ରହିଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କୋର୍ଟ ଇମ୍ରାନଙ୍କ ବିରୋଧରେ ଗିରଫଦାରୀ ଓ୍ବାରଣ୍ଟ ଜାରି କରିଥିଲେ। ଗତ ମାସ ଅର୍ଥାତ ମାର୍ଚ୍ଚରେ ଇସଲାମାବାଦ ପୋଲିସ ତାଙ୍କ ଜମନା ଆବାସରେ ପହଞ୍ଚିଥିଲା। ହେଲେ ଇମ୍ରାନ ସେତେବେଳେ ଘରେ ନ ଥିଲେ। ପୋଲିସ ସେଠାରୁ ଫେରି ଆସିଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରାଗି ଯାଇଥିଲେ ଇମ୍ରାନ।

Share