Categories: ଫୁରସତ

ଆଣ୍ଟିବାୟୋଟିକ୍‌ କୁପ୍ରଭାବରେ ଜିଭରେ ଚୁଟି

ଟୋକିଓ: କୌଣସି ପ୍ରକାର ରୋଗ ହେଲେ, ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଇଦେଉ। ହେଲେ ଏପରି କରିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ନିକଟରେ ଜାପାନରେ ଜଣେ ମହିଳାଙ୍କ ଉପରେ ଆଣ୍ଟିବାୟୋଟିକ୍‌ର ଏକ କୁପ୍ରଭାବ ପଡ଼ିଥିବା ଏକ ଭିଡିଓ ସାମ୍‌ନାକୁ ଆସିଛି। ଆଣ୍ଟିବାୟୋଟିକ୍‌ ବଟିକା ଖାଇବା ଫଳରେ ଜଣେ ୬୦ ବର୍ଷୀୟାଙ୍କ ଜିଭ କଳା ହୋଇଯିବା ସହ ଜିଭରେ ଚୁଟି ଉଠିଯାଇଛି। ଏଥିସହ ମୁହଁରେ ମଧ୍ୟ କଳା କଳା ଦାଗ ହୋଇଯାଇଛି। ରିପୋର୍ଟ ମୁତାବକ, ମହିଳାଙ୍କ ଅନ୍ତନଳୀରେ କ୍ୟାନ୍‌ସର ହୋଇଛି। ସେଥିପାଇଁ ସେ ୧୪ ମାସ ଆଗରୁ ତାଙ୍କ ଟ୍ରିଟ୍‌ମେଣ୍ଟ ଆରମ୍ଭ କରିଥିଲେ। କେମୋଥେରାପି ଚାଲିଥିବାବେଳେ ତା’ର ପ୍ରଭାବକୁ କମ୍‌ କରିବାକୁ ଡାକ୍ତର ତାଙ୍କୁ ମିନୋସାଇକ୍ଲିନ ନାମକ ଏକ ଆଣ୍ଟିବାୟୋଟିକ୍‌ (ଯାହା ମୁହଁଠୁ ଆରମ୍ଭ କରି ନିମୋନିଆ ପାଇଁ ବ୍ୟବହାର କରାଯାଏ) ଦେଇଥିଲେ। ଥରେ ସେ ଜଣ୍ଡିସ୍‌ର ଚିକିତ୍ସା କରିବାକୁ ଆସିଥିଲେ। ହେଲେ ଡାକ୍ତର ମହିଳାଙ୍କ ମୁହଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ମୁହଁରେ କଳା କଳା ଦାଗ ହେବା ସହ ମୁହଁ ଧୂସର ରଙ୍ଗ ହୋଇଗଲା। ପାଟି ଖୋଲିବାବେଳକୁ ତାଙ୍କୁ କଷ୍ଟ ଅନୁଭବ ହେଲା। ଏଥିସହ ଜିଭ କଳା ପଡି ଛୋଟ ଛୋଟ କଳା ଏବଂ ସୁନେଲି ରଙ୍ଗର ଚୁଟି ଉଠିଯାଇଥିଲା। ଏହାର ଲକ୍ଷଣ ପଚାରିବାରୁ ଏହା ଆଣ୍ଟିବାୟୋଟିକ୍‌ର କୁପ୍ରଭାବ ବୋଲି ଜାଣିବାକୁ ପାଇଥିଲେ। ସେଥିପାଇଁ ଡାକ୍ତର ତାଙ୍କ ଔଷଧ ବଦଳାଇ ଦେଇଥିଲେ। ୬ ସପ୍ତାହ ଔଷଧ ଖାଇବା ପରେ ତାଙ୍କ ମୁହଁ ଏବଂ ଜିଭ ଆସ୍ତେ ଆସ୍ତେ ଭଲ ହେଉଛି।

Share