ଓଡ଼ିଶାରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର, ୨୪।୬(ବ୍ୟୁରୋ) – ଓଡ଼ିଶାରେ ପୁଣି ଆଣ୍ଟିବଡି ଟେଷ୍ଟ ହେବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚତ୍ବ ଆଣ୍ଟିବଡି ଟେଷ୍ଟ କିଟ୍‌। ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଦ୍ୱାରା ଅନୁମୋଦିତ ଏହି କିଟ୍‌ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ ପହଞ୍ଚତ୍ବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଘରକୁ ଘର ହେଉଥିବା ସର୍ଭେରେ ଏହାର ବ୍ୟବହାର କରାଯିବ। ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିଲେ ମଧ୍ୟ ଆଗାମୀ ସ୍ଥିତିରେ କିଭଳି ଏହି ଟେଷ୍ଟିଂ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେବ। ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କରୋନା ଯୋଦ୍ଧା ଅଛନ୍ତି। ତେଣୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ପରିଡ଼ା କହିଛନ୍ତି।

Share