Categories: ଜାତୀୟ

ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ଦିଆଯାଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ବିଚାର କ୍ଷେତ୍ର ପରିସର ବାହାରେ ଦାଏର କୌଣସି ଏତଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ହାଇକୋର୍ଟ କିମ୍ବା ସେସନ୍ସ କୋର୍ଟ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ପ୍ରଦାନ କରିପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ନାଗରିକଙ୍କ ଜୀବନ ଧାରଣ ଅଧିକାର, ବ୍ୟକ୍ତିଗତ ସ୍ବାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଅନ୍ୟ ରାଜ୍ୟରେ ରୁଜୁ ମାମଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ଆଗୁଆ ଜାମିନ ଦେଲାବେଳେ ଏହାର ଅବାଞ୍ଛିତ ଜଟିଳ ପରିଣାମକୁ ଧ୍ୟାନରେ ରଖି ଅଦାଲତ ବିଭିନ୍ନ ସର୍ତ୍ତ ଲଗାଇଥାନ୍ତି। ତେବେ ବ୍ୟକ୍ତିର ଜୀବନଯାପନ ଅଧିକାର, ବ୍ୟକ୍ତି ସ୍ବାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା ସାମ୍ବିଧାନିକ ଆବଶ୍ୟକତା ହୋଇଥିବାରୁ ସିଆର୍‌ପିସିର ଧାରା ୪୩୮ ଅନୁଯାୟୀ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ଦିଆଯାଇପାରିବ ବୋଲି ଜଷ୍ଟିସ ବି.ଭି. ନାଗରତ୍ନା ଏବଂ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।

Share