ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍‌ଘାତ

ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ ୟୁରୋପିଆନ ସୋସାଇଟି ଅଫ୍‌ କାର୍ଡିଓଲୋଜି ପକ୍ଷରୁ କରାଯାଇଥିବା ‘ଇଏଚ୍‌ଆର୍‌ଏ ୨୦୨୫ କଂଗ୍ରେସ’ କାର୍ଯ୍ୟକ୍ରମରେ ଏନେଇ ଏକ ଅଧ୍ୟୟନକୁ ପ୍ରଦର୍ଶିତ କରାଯାଇଛି। ଡେନ୍‌ମାର୍କର କେତେଜଣ ବୈଜ୍ଞାନିକ ଏହି ଅଧ୍ୟୟନକୁ ପ୍ରସ୍ତୁତ କରିଛନ୍ତି। ଉକ୍ତ ଅଧ୍ୟୟନରେ ବୈଜ୍ଞାନିକମାନେ ୧୮ରୁ ୯୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁର ବିଶ୍ଲେଷଣ କରିଥିଲେ। ସେମାନେ ମୃତ୍ୟୁ ପ୍ରମାଣପତ୍ର ଏବଂ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ସମୀକ୍ଷା କରିଥିଲେ। ଏହି ଅଧ୍ୟୟନରେ ଆଣ୍ଟିଡିପ୍ରେସାଣ୍ଟ ନେଉଥିବା ୬ ଲକ୍ଷ ୪୩ ହଜାର ୯୯୯ ଲୋକଙ୍କ ସହ ସାଧାରଣ ଜନସଂଖ୍ୟାର ୪୩ ଲକ୍ଷ ଲୋକଙ୍କ ସହ ତୁଳନା କରାଯାଇଥିଲା। ଆଣ୍ଟିଡିପ୍ରେସାଣ୍ଟ ନେଇଥିବା ଲୋକଙ୍କ ମଧ୍ୟରୁ ୧,୯୮୧ ଜଣଙ୍କର ହୃଦ୍‌ଘାତରେ ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା। ଆଣ୍ଟିଡିପ୍ରେସାଣ୍ଟ ଔଷଧ ସେବନ କରୁ ନ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪,୦୨୧ ରହିଛି।

ଉକ୍ତ ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ଲମ୍ବା ସମୟ ଧରି ଆଣ୍ଟିଡିପ୍ରେସାଣ୍ଟ ବ୍ୟବହାର କରୁଛନ୍ତି, ସେମାନଙ୍କୁ ନିଜ ହୃଦୟର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ସୁସ୍ଥ ଜୀବନ ଶୈଳୀ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଆଦିର ଆବଶ୍ୟକତା ରହିଛି, ଯାହାଫଳରେ ହୃଦ୍‌ଘାତର ସମ୍ଭାବନାକୁ କମ୍‌ କରାଯାଇପାରିବ। ସେହିପରି ଏହି ଅଧ୍ୟୟନ ଅନୁଯାୟୀ, ୧ରୁ ୫ ବର୍ଷ ଧରି ଆଣ୍ଟିଡିପ୍ରେସାଣ୍ଟ ଔଷଧ ସେବନ କରୁଥିବା ଲୋକଙ୍କ ନିକଟରେ ସାଧାରଣ ଜନସଂଖ୍ୟାଠାରୁ ୫୬% ଅଧିକ ହୃଦ୍‌ଘାତର ଆଶଙ୍କା ରହିଛି। ୬ ବର୍ଷରୁ ଅଧିକ ସମୟ ଧରି ଆଣ୍ଟିଡିପ୍ରେସାଣ୍ଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ହେବାର ଆଶଙ୍କା ସାଧାରଣ ଜନସଂଖ୍ୟାଠାରୁ ୨.୨ ଗୁଣା ଅଧିକ ରହିଛି।

ସେହିପରି ଅଧିକ ଦିନ ଧରି ଆଣ୍ଟିଡିପ୍ରେସାଣ୍ଟର ବ୍ୟବହାର କରୁଥିବା ଯୁବପିଢ଼ିଙ୍କ ଠାରେ ହୃଦ୍‌ଘାତର ଆଶଙ୍କା ବେଶି ବୋଲି ଏହି ଅଧ୍ୟୟନ କହିଛି। ଅଧ୍ୟୟନର କୋ-ଅଥର ଡାକ୍ତର ଜସ୍‌ମିନ ମୁଜ୍‌କାନୋଭିକ କହିଛନ୍ତି, ଯେତେ ଅଧିକ ସମୟ ଧରି ଆଣ୍ଟିଡିପ୍ରେସାଣ୍ଟର ସେବନ କରାଯାଇଥାଏ, ହୃଦ୍‌ଘାତର ଆଶଙ୍କା ମଧ୍ୟ ସେତେ ଅଧିକ ହୋଇଯାଏ। ଆଣ୍ଟିଡିପ୍ରେସାଣ୍ଟର ପ୍ରତିକୂଳ ପ୍ରଭାବ ଯୋଗୁ ହୃଦ୍‌ଘାତ ଘଟୁଥାଇପାରେ ବୋଲି ସେ କହିଛନ୍ତି। ତେବେ ଉଦାସୀନତା, ଜୀବନଶୈଳୀ ଅଭ୍ୟାସ, ହୃଦୟର ସ୍ବାସ୍ଥ୍ୟକୁ ଅଣଦେଖା, ଡାକ୍ତରୀ ପରାମର୍ଶ ନେବାରେ ବିଳମ୍ବ ଆଦି ହୃଦ୍‌ଘାତ ହେବାର ବିଭିନ୍ନ କାରଣ ବୋଲି ଡାକ୍ତର ମୁଜ୍‌କାନୋଭିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ...

Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି

କୋଲକତା,୧୨।୪: ଏପ୍ରିଲ ଆରମ୍ଭରୁ ତାତି ଏତେ ବଢିଲାଣି ଯେ, ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି...

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି।...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ପ୍ରତାପ ଦେବଙ୍କ ଘରେ ବୈଠକକୁ ନେଇ ବଡ଼ ବୟାନ ଦେଲେ ଦେବୀ, କହିଲେ ସଭାପତି ବଛାଯିବ…

ଭୁବନେଶ୍ୱର,୧୨।୪: ବଡ଼ ଖବର। ନିର୍ବାଚନ ଅଧିକାରୀ ତଥା ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବସିଛି ବଡ଼ ବୈଠକ। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image