ଛତ୍ରପୁର,୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍ କିଟ୍ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି । କୋଭିଡ ଲକ୍ଷଣ ଥିଲେ ଲୁଚାଅନି, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଏଏନ୍ଏମ୍ କିମ୍ବା କୋଭିଡ ମନିଟରଙ୍କୁ ଜଣାଇବାକୁ ଜିଲାପାଳ ପୁଣି ଅନୁରୋଧ କରିଛନ୍ତି।