୧୦୦ ଟଙ୍କାରେ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ରାଜ୍ୟର ଘରୋଇ ଲ୍ୟାବ୍‌ରେ କରୋନା ଚିହ୍ନଟ ପାଇଁ କରାଯାଉଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ୧୦୦ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଘରୋଇ ଲାବୋରୋଟୋରିଗୁଡ଼ିକ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି ତତ୍ତ୍ବାବଧାନରେ ଓ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ ଅନୁସାରେ ଟେଷ୍ଟ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି। ଟେଷ୍ଟ ପାଇଁ ଘରୋଇ ଲ୍ୟାବ୍‌ଗୁଡ଼ିକ ୧୦୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ। ଏହା ମଧ୍ୟରେ ଜିଏସ୍‌ଟି ଅନ୍ତର୍ଭୁକ୍ତ ରହିବ।

Share