Categories: ଜାତୀୟ

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ସହଯୋଗୀ ରିୟାଜ କାଜିଙ୍କୁ ଗିରଫ କରିଛି। ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର କାଜିଙ୍କୁ ଏନ୍‌ଆଇଏ ରବିବାର ଜେରା ପାଇଁ ଡାକି ପରେ ଗିରଫ କରିଥିଲା। ଫେବୃୟାରୀ ୨୫ରେ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ମିଳିବା ଓ ପରେ ବ୍ୟବସାୟୀ ମନସୁଖ ହିରେନ୍‌ ମୃତ୍ୟୁ ଘଟଣାରେ ଏନ୍‌ଆଇଏ ପୂର୍ବରୁ ରିୟାଜଙ୍କୁ ଜେରା କରିଥିଲା।

Share