ଦର୍ଶକଙ୍କୁ ପସନ୍ଦ ଆସୁଛି ସଲମାନଙ୍କ ନୂଆ ଅବତାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ପୁଣିଥରେ ବଡ ପରଦାରେ ଧୁମ ମଚାଇବାକୁ ଆସିଯାଇଛନ୍ତି । ସଲମାନ ଖାଁ ଓ ଆୟୁଷ ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ୨୬ ନଭେମ୍ବରରେ ରିଲିଜ୍ ହୋଇସାରିଛି । ବହୁଦିନ ହେବ ଦର୍ଶକେ ଏହାକୁ ଅପେକ୍ଷା କରିଥିବା ବେଳେ ଏବେ ଏହାର ଆଲୋଚନା ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି । ଟୁଇଟରରେ ଫିଲ୍ମର ଚର୍ଚ୍ଚା ଯୋର ସୋରରେ ହେଉଛି । ଦର୍ଶକେ ସଲମାନଙ୍କ ଲୁକ୍ସ, ସ୍କ୍ରିନ୍ ପ୍ରେଜେନ୍ସ ଓ କାମକୁ ଖୁବ୍ ପ୍ରଶଂସା କରୁଛନ୍ତି । ଏଥିରେ ସଲମାନ ସର୍ଦ୍ଦା ପୋଲିସବାଲା ରାଜବୀର ସିଂ ଭୂମିକାରେ ନଜର ଆସିଛନ୍ତି । ସଲମାନଙ୍କ ସହ ତାଙ୍କ ଭିଣୋଇ ଆୟୁଷ ଶର୍ମା ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିଛନ୍ତି । ଆୟୁଷ ପ୍ରଥମଥର ପାଇଁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି । କେବଳ ସଲମାନ ନୁହେଁ ଆୟୁଷଙ୍କ ଅଭିନୟକୁ ବି ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି । ଟେଲିଭିଜନ ଆକ୍ଟ୍ରେସ ମହିମା ମକୱାନା ପ୍ରଥମଥର ବଲିଉଡରେ ଡେବ୍ୟୁ କରିଛନ୍ତି । ତାଙ୍କର ଓ ଆୟୁଷଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରୁଛନ୍ତି । ‘ଅନ୍ତିମ’ ସାରା ଦେଶରେ ୩୨୦୦ ସ୍କ୍ରିନରେ ରିଲିଜ୍ କରାଯାଇଛି । ଏହାସହ ଟକ୍କର ଦେଉଛି ଜନ୍ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ । ଏହାର ଓପନିଂ କଲେକଶନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏହା ୧୩ରୁ ୧୫ କୋଟି ଆୟ କରିବ ବୋଲି ଅନୁମାନ କରାଯାଉଛି ।

Share