ଦଲାଇଲାମାଙ୍କୁ ପ୍ରଶଂସା କଲେ ଆଣ୍ଟୋନି

ଓ୍ବାଶିଂଟନ,୬।୭: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୁରୁବାର ଭାରତର ତିବ୍ଦତୀୟ ଧର୍ମଗୁରୁଙ୍କୁ ତାଙ୍କର ୮୮ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦଲାଇଲାମାଙ୍କ ଦୟା ଏବଂ ନମ୍ରତା ବିଶ୍ୱର ଅନେକଙ୍କ ପାଇଁ ପ୍ରେରଣା ଅଟେ। ବ୍ଲିଙ୍କେନ ଏହା ମଧ୍ୟ କହିଛନ୍ତି ଯେ, ତିବ୍ଦତୀୟମାନଙ୍କର ଭାଷା, ସାଂସ୍କୃତିକ ତଥା ଧାର୍ମିକ ପରିଚୟକୁ ସମର୍ଥନ କରିବା ପାଇଁ ଆମେରିକା ନିଜର ପ୍ରତିବଦ୍ଧତା ମଧ୍ୟରେ ସ୍ଥିର ରହିଛି, ଏଥିରେ ସେମାନଙ୍କର ଧାର୍ମିକ ନେତାମାନଙ୍କୁ ବିନା ଦ୍ୱିଧାରେ ବାଛିବା ଏବଂ ସମ୍ମାନ ଦେବା କ୍ଷମତା ମଧ୍ୟ ରହିଛି।

ସେ କହିଛନ୍ତି, ଧର୍ମଗୁରୁ ଦଲାଇଲାମାଙ୍କ ୮୮ ତମ ଜନ୍ମଦିନ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତିବ୍ଦତୀୟ ସମ୍ପ୍ରଦାୟ ପାଇଁ ଏହା ଏକ ଶୁଭ ଦିନ। ବ୍ଲିଙ୍କେନ ଏକ ବିବୃତ୍ତିରେ କହିଛନ୍ତି, ଦଲାଇଲାମାଙ୍କ ଦୟା ଏବଂ ନମ୍ରତା ବିଶ୍ୱରଅନେକଙ୍କ ପାଇଁ ପ୍ରେରଣା ଅଟେ ଏବଂ ମୁଁ ଶାନ୍ତି ଏବଂ ଅହିଂସା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ମୁଁ ଗଭୀର ପ୍ରଶଂସା କରୁଛି।

Share