କେନ୍ଦ୍ରୀୟ ଡେପୁଟେଶନରେ ଗଲେ ସନ୍ତୋଷ ଷଡ଼ଙ୍ଗୀ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ୧୯୯୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ବର୍ଷେ ନ ପୂରୁଣୁ ପୁଣିଥରେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ସୋମବାର ରାଜ୍ୟ ସରକାର ତାଙ୍କୁ ଦାୟିତ୍ୱ ମୁକ୍ତ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସହ ଏନ୍‌ସିଟିଇ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ରଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସୂଚନା ଯୋଗ୍ୟ, ନିଜର କେନ୍ଦ୍ରୀୟ ଡେପୁଟେଶନ ଅବଧି ଶେଷକରି ଷଡ଼ଙ୍ଗୀ ୨୦୨୦ ମେ’ରେ ଓଡ଼ିଶା ଫେରିଥିଲେ। ରାଜ୍ୟ ସରକାର ତାଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରିଥିଲେ।

Share