Posted inଖେଳ

ମା’ବାପାଙ୍କୁ ସ୍ମାର୍ଟଫୋନ୍‌ ଉପହାର ଦେବେ ଅନୁ

ନୂଆଦିଲ୍ଳୀ, ୧୪ା୬(ପି.ଟି): ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନ ଭାରତୀୟ ଦଳର ଫରଓ୍ବାର୍ଡ ଅନୁ ନିଜ ମାତାପିତାଙ୍କୁ ସ୍ମାର୍ଟଫୋନ୍‌ ଗିଫ୍ଟ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ଡବଲ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ଅନୁ ୯ଟି ଗୋଲ ଦେଇ ଭାରତ ପାଇଁ ସର୍ବାଧିକ ସ୍କୋରର ରହିଥିଲେ। ଏପରିକି ଫାଇନାଲ ମ୍ୟାଚରେ ମଧ୍ୟ ସେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ତେବେ ଅନୁଙ୍କ ମାତାପିତା ମ୍ୟାଚ୍‌ ଦେଖିବାରେ ସମର୍ଥ ହୋଇ ନ ଥିଲେ। ମ୍ୟାଚ୍‌ଟି ଟିଭି ପରିବର୍ତ୍ତେ ଏକ ଓ୍ବେବ୍‌ସାଇଟ୍‌ରେ ପ୍ରସାରିତ ହେଉଥିଲା, ଯାହାଫଳରେ ସ୍ମାର୍ଟଫୋନ ଠାରୁ ଦୂରରେ ଥିବା ଅନୁଙ୍କ ମାତାପିତା ମ୍ୟାଚ୍‌ ଦେଖି ପାରି ନ ଥିଲେ। ଏପରିକି ଅନୁ ଚାମ୍ପିୟନ ହୋଇ ଫେରିଛନ୍ତି ବୋଲି ଘରଲୋକଙ୍କୁ ମଧ୍ୟ ଜଣା ନ ଥିଲା। ବର୍ତ୍ତମାନ ସ୍ମାର୍ଟଫୋନ୍‌ କିଣି ଉପହାର ଭାବରେ ମାତାପିତାଙ୍କୁ ପ୍ରଦାନ କରିବି, ଯାହା ଦ୍ୱାରା ଭବିଷ୍ୟତରେ କୌଣସି ମ୍ୟାଚ୍‌ ଦେଖିବାରୁ ସେମାନେ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଅନୁ।
ଭାରତରେ ଆଥ୍‌ଲେଟମାନେ ସର୍ବଦା ଦାରିଦ୍ର୍ୟର କଷାଘାତ ମଧ୍ୟରୁ ଉପରକୁ ଉଠିଥାନ୍ତି। ଅନୁଙ୍କ କାହାଣୀ ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ହରିୟାଣାର ଜିନ୍ଦ ଜିଲା ଅନ୍ତର୍ଗତ ରୋଜ ଖେରା ଅଞ୍ଚଳରୁ ଆରମ୍ଭ ତାଙ୍କର ଯାତ୍ରା। ପିତା ରାଜ ପାଲ ଜଣେ କୃଷି ଶ୍ରମିକ ଭାବରେ କାମ କରନ୍ତି ଏବଂ ସମୟ ସମୟରେ ଇଟାଭାଟିରେ ମଧ୍ୟ କାମ କରନ୍ତି। ସ୍ବଳ୍ପ ମଜୁରିରେ ପରିବାର ପ୍ରତିପୋଷଣ କରିବା କଷ୍ଟ ହେଉଥିବା ବେଳେ ଅନେକ ସମୟରେ ଖାଲି ପେଟରେ ଶୋଇବାକୁ ପଡିଥାଏ। ଅନୁଙ୍କ ମା’ ମେରୁଦଣ୍ଡଜନିତ ସମସ୍ୟାରେ ପୀଡିତ। ଅନୁଙ୍କୁ ଜଣେ ହକି ଖେଳାଳି ଭାବରେ ଗଢି ତୋଳିବା ପାଇଁ ମାତାପିତାଙ୍କ ଅବଦାନ ଅତୁଳନୀୟ ବୋଲି ଅନୁ କହିଛନ୍ତି। ଭାରତୀୟ ଦଳର ଖେଳାଳି ରାଣୀ ରାମପାଲ୍‌ ଓ ସବିତା ପୁନିଆଙ୍କ ପରି ସଂଘର୍ଷର କଷାଘାତରୁ ଆସିଥିବା ଅନୁ ମଧ୍ୟ ଆଗାମୀ ଦିନରେ ଭାରତୀୟ ସିନିୟର ଦଳ ପାଇଁ ଲକ୍ଷ୍ୟ ରଖିଛନ୍ତି।
ଆରମ୍ଭରୁ ମୋର ଦୁଇଟି ଲକ୍ଷ୍ୟ ରହିଛି। ପରିବାର ତଥା ମାତାପିତାଙ୍କୁ ଏକ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବା ସହିତ ଦେଶର ପ୍ରତିନିଧିତ୍ୱ କରିବା ମୋର ଏକମାତ୍ର ଲକ୍ଷ୍ୟ। ଅନୁ ଯେକୌଣସି ଟୁର୍ନାମେଣ୍ଟରୁ ଆର୍ଥିକ ପୁରସ୍କାର ପାଇଥାଆନ୍ତି ଏହା ଘରର ଋଣ ଶୁଝିବାରେ ଲାଗିଥାଏ ବୋଲି କହିଛନ୍ତି ମାତାପିତା । ହରିୟାଣା ରାଜ୍ୟ ଦଳରେ ସ୍ଥାନ ପାଇବା ପରଠାରୁ ଅର୍ଥସଙ୍କଟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ବୋଲି କହିଛନ୍ତି ଅନୁ।
ଚତୁର୍ଥ ଶ୍ରେଣୀରୁ ହକି ଖେଳିବା ଆରମ୍ଭ କରିଥିବା ବେଳେ ମାତାପିତାଙ୍କୁ ନାନା କଥା ଶୁଣିବାକୁ ମିଳୁଥିଲା। ତେବେ ଏଥିପ୍ରତି କର୍ଣ୍ଣପାତ ନ କରି ଉଭୟେ ଅନୁଙ୍କୁ ସମର୍ଥନ କରିଥିଲେ। ଖେଳିବା ପାଇଁ ପିତା ମୋତେ ବିଭିନ୍ନ ସ୍ଥାନକୁ ନେଇ ଯାଉଥିବା ବେଳେ ଏହାକୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଥିଲା। ତେବେ ବର୍ତ୍ତମାନ ପୂରା ଗାଁ ଉତ୍ସବମୁଖର ହୋଇ ଉଠିଛି। ଆରମ୍ଭରୁ ମୋ ପିତା ମୋ ଉପରେ ଦେଖାଇଥିବା ବିଶ୍ୱାସର ଏହା ବିଜୟ ବୋଲି କହିଛନ୍ତି ଅନୁ।
ଅନୁଙ୍କ କ୍ୟାରିୟରରେ ହିସାରସ୍ଥିତ ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)ର ମୁଖ୍ୟ କୋଚ୍‌ ଆଜାଦ ସିଂଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୋ ପରିବାରର ସମସ୍ୟା ସମ୍ପର୍କରେ ଆଜାଦ ସାର ସବୁ କିଛି ଜାଣିଥିବା ବେଳେ ଆବଶ୍ୟକ ସମୟରେ ସହଯୋଗ କରିଥାନ୍ତି ବୋଲି କହିଛନ୍ତି ଅନୁ। ଅନୁଙ୍କ ଭାଇ ବର୍ତ୍ତମାନ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜାନେକ୍‌ ଶପ୍‌ମ୍ୟାନଙ୍କ ଉପଦେଶ ତାଙ୍କ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଅନୁ କହିଛନ୍ତି। ଭାରତ ପରି କ୍ରିକେଟ ପାଗଳ ଦେଶରେ ହକି ତଥା ଜୁନିୟର ମହିଳା ହକିକୁ ଏତେ ଆଦୃତି ମିଳିବା ଏକ ବଡ କଥା ବୋଲି ଅନୁ କହିଛନ୍ତି। ପ୍ରଥମେ ଜୁନିୟର ପୁରୁଷ ଓ ପରେ ଜୁନିୟର ମହିଳା ଦଳ ଚାମ୍ପିୟନ ହୋଇଥିବା ବେଳେ ଏହା ଆଗାମୀ ଦିନରେ ହକି ଖେଳକୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri