Advertisement

ଫ୍ୟାମିଲି କୋର୍ଟରେ ଅନୁଭବ

କଟକ ଅଫିସ,୪।୭: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ସୋମବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ୫ ଓ ୬ ତାରିଖ ଯାଏ ଏହି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିବ ।
ସୂଚନାଯୋଗ୍ୟ, ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିଛି। ଏପରିକି କିଛିଦିନ ତଳେ ଉଭୟଙ୍କ ପାରିବାରିକ ବିବାଦ ମାମଲା ଏସଡିଜେଏମ୍‌ଙ୍କ ଅଦାଲତରେ ଶୁଣାଣି ହୋଇଥିଲା। ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିଶନର ଶୁଣାଣି କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel