ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ଅନୁଭବ

କଟକ ଅଫିସ, ୧୯।୧୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଶୁକ୍ରବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହୋଇଥିଲା। କିଛିଦିନ ତଳେ ସ୍ତ୍ରୀ ବର୍ଷା କରିଥିବା ଏକ ପାରିବାରିକ ହିଂସା ମାମଲାରେ ନିଜ ପକ୍ଷ ରଖିବା ପାଇଁ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା। ଫଳରେ ଅନୁଭବ ତାଙ୍କ ଓକିଲଙ୍କ ଜରିଆରେ ଶୁକ୍ରବାର କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ପରେ କୋର୍ଟ ବାହାରେ ଅନୁଭବ ଗଣମାଧ୍ୟମକୁ କହିଛନ୍ତି, ଆଇନ ବ୍ୟବସ୍ଥା ଉପରେ ମୋର ଗଭୀର ଭରସା ଅଛି। ମୁଁ ମୋ ପକ୍ଷ ରଖିଛି ା ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳୁ।
ସୂଚନାଯୋଗ୍ୟ, କିଛି ମାସ ଧରି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ନିମନ୍ତେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଛନ୍ତି। ବର୍ଷା ମଧ୍ୟ ନିଜ ଭରଣପୋଷଣ ପାଇଁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛନ୍ତି।

Share