ବଦଳିଗଲେଣି ଅନୁଭବ

ଭୁବନେଶ୍ୱର,୧୩ା୪: ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍‌ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍‌ ଦେଖି ଲୋକେ କହୁଛନ୍ତି। ବାସ୍ତରେ ସେ ହନୁମାନ ଚାଳିଶା ପାଠ କରିଛନ୍ତି। ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ଅନୁଭବ ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍‌ ହୋଇଛି। ଏଥିରେ ଜାଗ୍ରତି ଶୁକ୍ଳା ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ବେଳେ ଅଜୟ ପାଢ଼ୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପରେ ଅନୁଭବଙ୍କର ଏହି ଭକ୍ତିପୂତ ଫଟୋ ବେଶ୍‌ ଭାଇରାଲ ହେଉଛି। ଏହା ପୂର୍ବରୁ ଜୟ ଶ୍ରୀରାମ ଲେଖି ସେ ଏକ ପୋଷ୍ଟ ଶେୟାର କରିଥିଲେ। ଏବେ ହନୁମାନ ଚାଳିଶା ପାଠର ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକେ ନାନା ଆଲୋଚନା କରୁଛନ୍ତି। କେହି କେହି କହୁଛନ୍ତି ଅନୁଭବ ପୂରା ବଦଳିଗଲେଣି।

Share