କେନ୍ଦ୍ରାପଡ଼ା ପାଇଁ ପାସେଞ୍ଜର ଟ୍ରେନ୍‌ ଦାବି କଲେ ଅନୁଭବ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୫।୮: ବିଜେଡି ଏମ୍‌ପି ଅନୁଭବ ମହାନ୍ତି ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରପଡ଼ାରେ ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ କରିବା ଲାଗି ବୁଧବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଲୋକ ସଭାରେ ପ୍ରଶ୍ନୋତ୍ତର କାଳରେ ଅନୁଭବ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ରାପଡ଼ାର ଜନସାଧାରଣ ଦୀର୍ଘଦିନ ହେଲା ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି କରିଆସୁଛନ୍ତି। ଏନେଇ ସେ ଗତ ବଜେଟ ଅଧିବେଶନରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଟକଠାରୁ କେନ୍ଦ୍ରାପଡ଼ା ରୋଡ୍‌ ୫ କିଲୋମିଟର ଦୂରରେ ଥିବାରୁ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ସରକାର ତାଙ୍କୁ ଜଣାଇଥିଲେ। ଜିଲାରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ଜିଲାର ବିକାଶ ହେବା ସହ ଉକ୍ତ ଅଞ୍ଚଳର ଲେକାମାନଙ୍କୁ ନିଯୁକ୍ତି ସୁଯୋଗ ଦେଇପାରିବ ବୋଲି କହିଛନ୍ତି।

Share