ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର ବିଜେଡି ଭିତରେ ବହୁତ ଫରକ ଅଛି । ସେ ଦଳର ନେତୃତ୍ୱ ନେଇଥିଲେ ନବୀନ ବାବୁ ଆଜିର ବିଜେଡି ଦଳର ନେତୃତ୍ୱ ନବୀନ ବାବୁ ନେଉନାହାନ୍ତି । ମୋତେ ନବୀନ ପଟ୍ଟନାୟକଙ୍କ ସହ ଭେଟିବା କି କଥା ହେବାକୁ ସୁଯୋଗ ଦେଲେନି । ୪/୫ ବର୍ଷ ଦଳର ନେତାଙ୍କୁ ଭେଟିବାକୁ ସୁଯୋଗ ମିଳିଲାନି । କେନ୍ଦ୍ରାପଡାରେ ମୋତେ କାମ କରିବାକୁ ସୁଯୋଗ ଦିଆଗଲାନି ।

ଅନୁଭବ କହିଥିଲେ, ମୋ ମୁଣ୍ଡ କେବେ ମୁଁ ବିକି ନ ଥିଲି, କି ବିକିବି ନାହିଁ । ମୁଁ ମୋ ନିଜକୁ ପ୍ରତିଶ୍ରୁତି ଦେଇଛି ଆମ ରାଜ୍ୟର ଅସ୍ମିତାକୁ କାହା ହାତରେ ଟେକିଦେବାନି । ଜିଲ୍ଲାପାଳଙ୍କ ଅଫିସରେ ମୋ ଫାଇଲ ମାସ ମାସ ଧରି ପଡି ରହୁଥିଲା । ମୋତେ କେନ୍ଦ୍ରାପଡା ପାଇଁ କାମ କରେଇ ଦେଉ ନ ଥିଲେ । ଆପଣମାନେ ଯେତେବେଳେ ପ୍ରଶ୍ନ କରୁଥିଲେ ଏମପି ଅନୁଭବ ମହାନ୍ତି କୁଆଡେ ଗଲେ ମୁଁ କହିବାକୁ ଚାହୁଁଛି ଦଳ ତରଫରୁ ମୋତେ ଫୋନ କରି ମନା କରାଯାଉଥିଲା । ସରପ୍ରାଇଜ ଭିଜିଟ କଲେ କହୁଥିଲେ ଆପଣ ଭଲ କାମ କରୁଛନ୍ତି ହେଲେ ଏମିତି କରନ୍ତୁନି ସରକାର ଉପରକୁ ଆଙ୍ଗୁଳି ଉଠୁଛି ।

ଅନୁଭବ ଆହୁରି କହିଛନ୍ତି, ମୋ ବାପା ୧୬ ବର୍ଷ ଧରି ଏହି ସରକାର ଯୋଗୁଁ କଷ୍ଟ ଭୋଗିଥିଲେ । ଆପଣ କହୁଥିବେ ମୁଁ ତ ସରକାରରେ ଥିଲି କାହିଁ କିଛି କରିପାରିଲିନି । କାରଣ ମୁଁ ମୋ କ୍ଷମତାର କେବେ ଅପବ୍ୟବହାର କରିନାହିଁ । ମୋ ବାପାଙ୍କ ନାଁରେ ଏହି ସରକାର ୨୦୨୧ରେ ଯେଉଁ ଅଭିଯୋଗ ଆଣିଥିଲେ ତାହା ସମ୍ପୂର୍ଣ୍ଣ ମିଛ ।