Advertisement

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି ନିର୍ବାଚନ କ୍ଷେତ୍ର ଉପରେ ରହିଛି। ବିଜେଡି ଭାପୁର ବ୍ଳକ୍‌ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେବା ପରେ ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳ ଛାଡି ସ୍ବାଧୀନ ଭାବେ ଅତିରିକ୍ତ ଜିଲାପାଳ(ନିର୍ବାଚନ) ରୋଜିନା ଦାଶଙ୍କ ପାଖରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଣ୍ଡପଡ଼ାର ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଗୋଟିଏ ସେଟ ଭାଜପା ପାଇଁ ଓ ଅନ୍ୟ ଏକ ସେଟ ସ୍ବାଧୀନ ପ୍ରାର୍ଥୀ ରୂପେ ଦାଖଲ କରିଛନ୍ତି। ଅନ୍ୟପକ୍ଷେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ମଧ୍ୟ ପ୍ରାର୍ଥିପତ୍ର କିଣିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share