Advertisement

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍‌ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମିତିରେ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଯୋଗୁ କୋର୍ଟରେ ମାମଲା ଚାଲିଛି। ତଥାପି ବର୍ଷାଙ୍କର ଏହି ଖାସ୍‌ ଦିନରେ ଶୁଭେଚ୍ଛା ଜଣାଇବାକୁ ଭୁଲିନାହାନ୍ତି ଅନୁଭବ।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଅନୁଭବ ଲେଖିଛନ୍ତି, ଆମେ ସିନା ଭଲ ସ୍ବାମୀ-ସ୍ତ୍ରୀ ହୋଇପାରିଲେନି, କିନ୍ତୁ ଭଲ ସାଙ୍ଗ ହୋଇ ସବୁଦିନ ପାଇଁ ରହିବା। ମୁଁ, ମୋ’ ପରିବାର, ପ୍ରଶଂସକ, ସମର୍ଥକ ସମସ୍ତେ ଆଜି ଏହି ଶୁଭଦିନରେ ତୁମକୁ ଶୁଭେଚ୍ଛା ଜଣାଉଛୁ। ମହାପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ। ସ୍ବାସ୍ଥ୍ୟ, ସମ୍ପଦ, ଖୁସି ଚିରଦିନ ପାଇଁ ଭରି ଦିଅନ୍ତୁ ଆଜିର ଦିନରେ ଏହାହିଁ ପ୍ରାର୍ଥନା।

ଅନୁଭବଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଛି ୟୁଜର ଅଭିନେତାଙ୍କ ହୃଦୟ ତରଳିଥିବା କହୁଥିବା ବେଳେ ଆଉ କିଛି ୟୁଜର ଏମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share