ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍‌ କମିଟି

ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ କ୍ୟାମ୍ପସ୍‌ କମିଟିମାନ ଗଢ଼ା ହେଉଛି। ଏଥିରେ ଜଣେ ଲେଖାଏ କନଭେନର ସହ ଦୁଇଜଣ କୋ-କନଭେନର, ୪ ଜଣ ଲେଖାଏ ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ, କଲଚରାଲ ରିପ୍ରେଜେନ୍‌ଟେଟିଭ, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ, ଜଣେ ହଷ୍ଟେଲ କନଭେନର୍‌, ଦୁଇ ଜଣ ଡେ ସ୍କଲାର ସୋସାଇଟି ଓ ୪ଜଣ ସୋସିଆଲ ମିଡିଆ ଇନ୍‌ଚାର୍ଜ ରହୁଛନ୍ତି। ଅନୁଗୋଳ ସରକାରୀ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରାଯାଇଛି। ଏହାର ତାଲିକା ଜିଲା ବିଜୁ ଛାତ୍ର ଜନତା ଦଳର ସଭାପତି ରାଜୀବ ଲୋଚନ ଦାସ ଘୋଷଣା କରିଛନ୍ତି। ଏହି ତାଲିକାରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟର କନଭେନର ଭାବେ ମୀନକେତନ ପରିଡ଼ା ଓ ମହିଳା ମହାବିଦ୍ୟାଳୟରେ ଶ୍ରଦ୍ଧା ଦାସଙ୍କ ନାମ ପ୍ରକାଶ କରାଯାଇଛି। ଦଳ ସହ ସକ୍ରିୟ ଭାବେ ଜଡ଼ିତ ଥିବା ଛାତ୍ରୀଛାତ୍ରଙ୍କୁ ନେଇ କ୍ୟାମ୍ପସ କମିଟି ଗଢ଼ା ହୋଇଥିବା ରାଜୀବ କହିଛନ୍ତି। ସେହିପରି ଅନୁଗୋଳ ସରକାରୀ ମହାବିଦ୍ୟାଳୟରେ କୋ-କନଭେନର ଭାବେ ଦେବାଶିଷ ସାହୁ ଓ ଦୀପକ ପରିଡ଼ା, ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ ଭାବେ ରୀତିକ କୁମାର ବେହେରା, ଶାଶ୍ୱତ ରଞ୍ଜନ ପ୍ରଧାନ, ଭକ୍ତିମୟୀ ଭୁକ୍ତା ଓ ସୌମ୍ୟାଶ୍ରୀ ପାଣିଙ୍କ ନାମ ଘୋଷଣା କରାଯାଇଛି। କଲଚରାଲ ରିପ୍ରେଜେନ୍‌ଟେଟିଭ ଭାବେ ସୁବାଶିଷ ନାୟକ, ଶମ୍ଭୁନାଥ ପ୍ରଧାନ, ସିମରନ୍‌ ପି. ସାହୁ ଓ ସନ୍ଧ୍ୟାରାଣୀ ପରିଡ଼ା, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ ଭାବେ ସାଗର ପ୍ରଧାନ, ସୁନୀଲ ନାଏକ, ଲୋପାମୁଦ୍ରା ସାହୁ ଓ ଅନନ୍ୟା, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ ଭାବେ ବିକ୍ରମ ପ୍ରଧାନ, ଆକାଶ ପ୍ରଧାନ, ଲୋପାମୁଦ୍ରା ଗଡ଼ନାୟକ ଓ ପାୟଲ ସାହୁ, ହଷ୍ଟେଲ କନଭେନର୍‌ ଭାବେ ବିନୟ କୁମାର ଶତପଥୀ, ଡେ ସ୍କଲାର ସୋସାଇଟିରେ ସୌରଭ ରଞ୍ଜନ ବିଶ୍ୱାଳ ଓ ପ୍ରିୟଦର୍ଶନୀ ମାଝି, ସୋସିଆଲ ମିଡିଆ ଇନ୍‌ଚାର୍ଜ ଭାବେ ସୌମ୍ୟ ରଞ୍ଜନ ପ୍ରଧାନ, ଚିରାଗଦୀପ ଜେନା, ସୌମ୍ୟାଶ୍ରୀ ବେହେରା ଓ ଶୁଭଶ୍ରୀ ନାଏକଙ୍କ ନାମ ପ୍ରକାଶ କରାଯାଇଛି। ଅନ୍ୟପକ୍ଷରେ ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଶ୍ରଦ୍ଧା କନଭେନର ରହିଥିବାବେଳେ କୋ-କନଭେନର ଭାବେ ଋତୁପର୍ଣ୍ଣା ନାୟକ ଓ ପୂଣ୍ୟପୁଲକତା, ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ ଭାବେ ସ୍ବପର୍ଣ୍ଣାଲିସା ବିଶ୍ୱାଳ, ସ୍ମୃତିକିରଣ ବେହେରା, ଅଙ୍କିତା ମଞ୍ଜରୀ ନାଏକ ଓ ମଧୁସ୍ମିତା ମହାପାତ୍ର, କଲଚରାଲ ରିପ୍ରେଜେନ୍‌ଟେଟିଭ ଭାବେ ସଂଘମିତ୍ରା ସାହୁ, ରୀନା ବେହେରା, ପ୍ରିୟଦର୍ଶନୀ ସାହୁ, ସୀମାରାଣୀ ବେହେରା, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ ଭାବେ ମୋନାଲିସା ସାହୁ, ସ୍ମୃତିରେଖା ଆଚାର୍ଯ୍ୟ, ମାମାଲି ବେହେରା ଓ ଲକ୍ଷ୍ମୀପ୍ରିୟା ଜେନା, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ ଭାବେ ସସ୍ମିତା ବେହେରା, କିସ୍ତିଶ୍ୱରୀ ଦେହୁରୀ, ସୋନାଲିକା ସ୍ବାଇଁ ଓ ଜ୍ୟୋତିର୍ମୟୀ ବେହେରା ରହିଛନ୍ତି। ହଷ୍ଟେଲ କନଭେନର୍‌ ଭାବେ ବିନ୍ଦ୍ୟାବାସିନୀ ପ୍ରଧାନ ରହିଥିବାବେଳେ ଡେ ସ୍କଲାର ସୋସାଇଟିରେ ଇତିଶ୍ରୀ ଜେନା ଓ ପ୍ରିୟଙ୍କା ପ୍ରଧାନ ରହିଛନ୍ତି। ଏଥିସହ ସୋସିଆଲ ମିଡିଆ ଇନ୍‌ ଚାର୍ଜ ଭାବେ ସିଗମା ସାହୁ, ବର୍ଷା ସେଠୀ, ଲକ୍ଷ୍ମୀପ୍ରିୟା ଜେନା ଓ ଡୋଜାଲିନ୍‌ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି।