ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ

ଅନୁଗୋଳ,୫।୪ (ଅମିତ କୁମାର ସାମଲ):୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଘୋଷଣା କଲା। ଉକ୍ତ ତାଲିକାରେ ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରୁ କେବଳ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ରହିଲା। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଆଉ ୩ ବିଧାନସଭା ଆସନ ଆଠମଲ୍ଲିକ, ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଜିଲାବାସୀ ଅନୁମାନ କରୁଥିଲେ। ହେଲେ ଗତ ବୁଧବାର ପ୍ରକାଶିତ ଦ୍ୱିତୀୟ ତାଲିକାରେ କେବଳ ଆଠମଲ୍ଲିକ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ବିଧାୟକ ରମେଶ ସାଏଙ୍କୁ ଦଳ ପରିବର୍ତ୍ତନ କରି ନଳିନୀ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି। ତେବେ ଅନ୍ୟ ୨ଟି ଆସନ ଅନୁଗୋଳ ଓ ତାଳଚେରକୁ ବିଜେଡି ଝୁଲାଇ ରଖିଛି। କେଉଁ କାରଣରୁ ଅନୁଗୋଳ ଓ ତାଳଚେର ପ୍ରାର୍ଥୀଙ୍କୁ ନେଇ ବିଜେଡିର ଅଡ଼ୁଆ ତୁଟୁନି ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଲାଗିରହିଛି।
ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ତାଳଚେର ପାଇଁ ବିଜେଡିକୁ ସେପରି କିଛି ସମସ୍ୟା ନାହିଁ। ୨୦୦୯ରେ ଏଠାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିବା ବ୍ରଜ କିଶୋର ପ୍ରଧାନ ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଇତିମଧ୍ୟରେ ତାଙ୍କର ଲୋକପ୍ରିୟତାରେ ମଧ୍ୟ ସେପରି କିଛି ହ୍ରାସ ଘଟିଥିବା ନଜିର ନାହିଁ। ତେଣୁ ପାଲଲହଡ଼ା ଓ ଛେଣ୍ଡିପଦା ପରି ଏଠାରେ ମଧ୍ୟ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍‌ ଦେବାରେ ସେପରି କିଛି ଅସୁବିଧା ହୋଇଥାଇ ନ ପାରେ। ତଥାପି ବିଜେଡି କାହିଁକି ଏହାକୁ ଅନୁଗୋଳ ସହ ଝୁଲାଇ ରଖିଛି ତାହାକୁ ନେଇ ନାନା ଆଲୋଚନା ହେଉଛି। ଇତିମଧ୍ୟରେ ବ୍ରଜଙ୍କ ନାମ ଅନୁଗୋଳରେ ଉଠୁଛି। ବ୍ରଜ ଅନୁଗୋଳରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଏହାକୁ ନେଇ ଅନୁଗୋଳ ବିଜେଡି କର୍ମୀଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ମଧ୍ୟ ବ୍ରଜଙ୍କ ଅନୁଗୋଳ ସମ୍ଭାବ୍ୟ ପ୍ରାର୍ଥତ୍ତ୍ୱ ସମ୍ପର୍କିତ ବିଭିନ୍ନ ପୋଷ୍ଟ ଘୂରି ବୁଲୁଛି। ତେଣୁ ବୋଧହୁଏ ଏହି କାରଣରୁ ବିଜେଡି ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖିଛି। ସେହିପରି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ଦଳ ଲକ୍ଷ୍ୟ କରୁଥିବାରୁ ଏଠାରେ ରଜନୀଙ୍କ ସ୍ଥାନରେ ବ୍ରଜଙ୍କୁ ନେଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରଜନୀଙ୍କ ସମର୍ଥକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ସେପରି ଉତ୍ସାହ ଲକ୍ଷ୍ୟ କରାଯାଉ ନାହିଁ। ତାଙ୍କ ଶିବିର ଏକଦମ୍‌ ନୀରବ ରହିଛି। ଗତ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ରଜନୀକାନ୍ତ ଟିକେଟ୍‌ ଯୋଗାଡ଼ କରିବାରେ ସକ୍ଷମ ହୋଇଥିବାରୁ ଏଥର ମଧ୍ୟ ବିଜେଡି ଶେଷ ମୁହୂର୍ତ୍ତରେ ଅନୁଗୋଳ ଓ ତାଳଚେର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସମୀକ୍ଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image