ଅନୁପମାଙ୍କଠାରୁ ଅଲଗା ହେବେ ଅନୁଜ !…

ମୁମ୍ବାଇ : ଟିଭି ଶୋ ଅନୁପମାରେ ଏକ ଭିନ୍ନ ସ୍ତରର ଡ୍ରାମା ଜାରି ରହିଛି। ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇ ଆସୁଛି। ଅନୁପମା ପୁଣି ଥରେ ସ୍ବାମୀଙ୍କୁ ହରାଇବାକୁ ଯାଉଛନ୍ତି । ପୂର୍ବରୁ କାବ୍ୟାଙ୍କ ସହିତ ସମ୍ପର୍କ ଯୋଗୁୁ ବନରାଜ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ବର୍ତ୍ତମାନ ଅନୁପମା ମହାନ ହେବାର ଅଭ୍ୟାସ ପାଇଁ ଅନୁଜଙ୍କଠାରୁ ଦୂରଇ ଯିବାର ସ୍ଥିତି ସୃଷ୍ଟି ହୋଇଛି। ଅନୁପମା ଛୋଟ ଅନୁଙ୍କ କଥାରେ ଆସି କିଛି କହିବେ ଯାହା ଅନୁଜ ଏବଂ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବ।

ଛୋଟ ଅନୁ ମାୟା କହିଥିବା ସମସ୍ତ କଥା ଅନୁପମାଙ୍କୁ କହିଦେବେ। ଛୋଟ ଅନୁ ମାତା ଅନୁପମାଙ୍କୁ କୁହନ୍ତି ଯେ ଅନୁଜଙ୍କୁ ବୁଝାନ୍ତୁ ତାଙ୍କୁ ଅଟକାଇବେ ନାହିଁ। ଅନୁପମା ତାଙ୍କ ସହ ରାଜି ହୋଇ ଯାଆନ୍ତି। ନୂଆ ଏପିସୋଡରେ ଦେଖିବାକୁ ମଳିବ ଯେ ଅନୁପମା ଅନୁଜଙ୍କୁ ମାୟା ସହିତ ଯିବାକୁ ଦେବାକୁ କହିବେ। ଏହା ଶୁଣି ଅନୁଜ କ୍ରୋଧିତ ହୋଇ ଅନୁପମାଙ୍କୁ ଏହା ବିଷୟରେ କିଛି ନ କହିବା ପାଇଁ କହିବେ।

ଅନୁଜ ତାଙ୍କ ଝିଅଙ୍କୁ ଭେଟିବାକୁ ଯିବେ କିନ୍ତୁ ଅନୁପମା ତାଙ୍କୁ କୋଠରୀରେ ବନ୍ଦ କରିଦେବେ। ଅନୁପମା କହିବେ ଯେ ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ଝିଅ ଦୁହିଁଙ୍କ ମଧ୍ୟରେ ରହୁ। ସେ ଜାଣନ୍ତି ନାହିଁ ଯେ ତାଙ୍କ ପ୍ରକୃତ ମାତା ମାୟାଙ୍କର ସତ୍ୟ ଶୁଣିବା ଦ୍ୱାରା ତାଙ୍କ ହୃଦୟ ଭାଙ୍ଗିଯିବ।

ଅନୁଜ ଅତ୍ୟନ୍ତ କ୍ରୋଧିତ ହୋଇ ଅନୁପମାଙ୍କୁ ଅନୁଙ୍କୁ ଜାଣିଶୁଣି ଦୂରକୁ ପଠାଉଥିବା ଅଭିଯୋଗ କରିବେ। ଅନୁପମା ଛୋଟ ଅନୁଙ୍କୁ ଛାଡି ଦେଉଛନ୍ତି କାରଣ ସେ ତାଙ୍କର ନିଜ ଝିଅ ନୁହଁନ୍ତି ବୋଲି ଅନୁଜ ଅଭିଯୋଗ କରିବେ॥ ଏଥିରୁ ଲାଗୁଛି ଯେ ଅନୁପମାଙ୍କ ଜୀବନରେ ଶୀଘ୍ର ଏକୁଟିଆପଣ ପୁଣି ଫେରି ଆସିବ।

Share