ତୁଝସେ ନାରାଜ ନେହିଁ ଜିନ୍ଦେଗି.. ନିରବି ଗଲା ଅନୁପ ଘୋଶାଲଙ୍କ ସ୍ବର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା ମ୍ୟୁଜିକ କମ୍ପୋଜର ଅନୁପ ଘୋଶାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ବୟସ ୭୭ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତକାଲି ସେ ସବୁଦିନ ପାଇଁ ବିଦାୟ ଦେଇଥିଲେ। ଅନୁପଙ୍କ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ସୋସିଆଲ ମିଡିଆରେ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ପିଟିଆଇ ରିପୋର୍ଟ ଅନୁଯାୟୀ ଅନୁପ ଘୋଶାଲଙ୍କୁ ଗତ କିଛି ଦିନ ହେବ ବୟସ ଜନିତ ଅସୁସ୍ଥତା ହେତୁ ଦକ୍ଷିଣ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମଲ୍ଟି ଅର୍ଗାନ ଫେଲିୟୋର ହେତୁ ରାତି ୧ଟା ୪୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି।
ସଂଗୀତ ଜଗତରେ ଅନୁପ ଘୋଶାଲ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି, ସେ ମଧ୍ୟ ତ୍ରିନାଥ କଂଗ୍ରେସ ଟିକେଟରେ ଉତ୍ତରପ୍ରଦେଶ ଆସନରୁ ୨୦୧୧ବିଧାନସଭା ନିର୍ବାଚନରେ ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୀତିରେ ପ୍ରବେଶ କରିଛନ୍ତି।

Share