ଶ୍ରୀ ସତ୍ୟସାଇ ବାବାଙ୍କ ଭୂମିକାରେ ଭଜନ ସମ୍ରାଟ

ବମ୍ବେ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଉପରେ ନିର୍ମାଣ ହେଉଛି ବାୟୋପିକ୍‌। ଚଳଚ୍ଚିତ୍ରରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା। ଏବେ ଏହାର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଅନୁପଙ୍କ ଭିନ୍ନ ଲୁକ୍‌କୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି।

୫୫ ବର୍ଷ ତଳେ ସତ୍ୟସାଇ ବାବାଙ୍କୁ ଭେଟିଥିଲେ ଅନୁପ। ସେତେବେଳେ ସେ ୧୨ ବର୍ଷର ଥିଲେ। ବାବା ଅନୁପ ଓ ତାଙ୍କ ବାପାଙ୍କ ଭଜନ ଶୁଣି ଆଶୀର୍ବାଦ ଦେଇଥିଲେ। ପରେ ଅନେକ ଥର ବାବାଙ୍କୁ ଭେଟିଛନ୍ତି ସେ। ଏବେ ତାଙ୍କର ଭୂମିକାରେ ଅଭିନୟ କରିବ ଭିନ୍ନ ଅନୁଭୂତି ଦେଉଛି। ଚରିତ୍ରକୁ ନ୍ୟାୟ ଦେବାକୁ ସେ ଚେଷ୍ଟା କରୁଛନ୍ତି। ବାବା କେଉଁଭଳି ଚାଲନ୍ତି, କଥା ହୁଅନ୍ତି, ବସନ୍ତି ତାହା ଦେଖିଆସିଥିବାରୁ ଅସୁବିଧା ହେବ ନାହିଁ ବୋଲି ଭାବୁଥିବା ଅନୁପ କହିଛନ୍ତି।

ବାପା ଅନୁପଙ୍କୁ ‘ଛୋଟ ବାବା’ ବୋଲି କହୁଥିଲେ। ଏହାର କାରଣ ପଚାରିଲେ ଦିନେ ନା ଦିନେ ତୋତେ ଏ ବିଷୟରେ ଜଣାପଡ଼ିବ ବୋଲି କହିଥିଲେ। ଶେଷରେ ଏହାର କାରଣ ଜଣାପଡ଼ିଛି ବୋଲି ସେ କୁହନ୍ତି। ଫିଲ୍ମଟି ଆସନ୍ତା ୨୨ରେ ରିଲିଜ ହେବ। ହିନ୍ଦୀ, ମରାଠି, ଇଂରାଜୀ ଏବଂ ତେଲୁଗୁ ଭାଷାରେ ଦର୍ଶକେ ଏହାକୁ ଦେଖିବାକୁ ପାଇବେ।

Share