ବ୍ରଜରାଜନଗର, ୭ା୧୦(ଡି.ଏନ.ଏ.): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ମା’ କଳ୍ପନା ଦାଶ ଏବଂ ଝିଅ ବବ୍ଲି ଡବଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବୁଧବାର ଛତିଶଗଡ଼ ବିଲାସପୁର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୧୬ରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଶିଶୁଙ୍କ ମୃତଦେହ ରାସ୍ତାରୁ ମିଳିଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିଲା। ପୋଲିସ ଦୀର୍ଘ ୫ ବର୍ଷ ତଦନ୍ତ ପରେ ଏହା ଏକ ଯୋଜନା ମୁତାବକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। ପରବର୍ତ୍ତି ସମୟରେ ପୋଲିସ ଘଟଣାରେ ସମ୍ପୃକ୍ତ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରିଥିଲା। ବର୍ଦ୍ଧନ ୨୦୨୦ ଫେବୃୟାରୀ ୧୫ରୁ ଜେଲରେ ଥିବା ବେଳେ ବୁଧବାର ବିଲାସପୁର ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଦ୍ଧନଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଗୁରୁବାର ସେ ଜେଲରୁ ଘରୁକୁ ଫେରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଅନୁପ ସାଏ ଏବେ ବି ରାୟଗଡ଼ ଜେଲରେ ଅଛନ୍ତି।