ଭଲ କ୍ୟାପଶନ୍‌ ଦେଲେ ଘରକୁ ଡକାଇବେ ଅନୁପମ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କର ଅନନ୍ୟ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ଅନୁପମ ଖେର ପ୍ରାୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। କେବଳ ସେତିକି ନୁହେଁ ଅନେକ ଘଟଣା ଏବଂ ପ୍ରସଙ୍ଗରେ ମଧ୍ୟ ସେ ନିଜର ମତ ଦେଇଥାନ୍ତି। ନିକଟରେ ଅନୁପମ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ କାଠ ବାଥ୍‌ଟବରେ ଶୋଇଥିବାର ନଜର ଆସିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଂଶସକ ବେଶ୍‌ ପସନ୍ଦ କରିଛନ୍ତି। ଶେୟାର ହୋଇଥିବା ଫଟୋରେ ନିଜ ମାତାର ଗର୍ଭରେ ଯେଉଁଭଳି ଜଣେ ଶିଶୁ ଶୋଇଥାଏ ସେଭଳି ଶୋଇଥିବାର ଦେଖିବାକୁ ମିଳିଛି। ଏହାକୁ ଶେୟାର କରି ଅନୁପମ କ୍ୟାପଶନ୍‌ରେ ଲେଖିଛନ୍ତି, ଏହି ଫଟୋ ମୋତେ ବହୁ ପସନ୍ଦ, ଆଶା କରୁଛି ସମସ୍ତଙ୍କୁ ପସନ୍ଦ ଆସିଥିବ। ତେଣୁ ଏହି ଫଟୋ ପାଇଁ ସେ ପ୍ରଂଶସକଙ୍କୁ କ୍ୟାପଶନ୍‌ ପଠାଇବାକୁ ଅନୁରୋଧ କରିଛନ୍ତି। ଏଥିସହ ଯାହାର କ୍ୟାପଶନ୍‌ ବହୁ ପସନ୍ଦ ଆସିବ ସେମାନଙ୍କ ମଧ୍ୟରୁ ଅତି କମ୍‌ରେ ୫ଜଣଙ୍କୁ ସେ ଘରକୁ ଡାକିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅନୁପମଙ୍କ ଏଭଳି କହିବା ପରେ ଲଗାତର ଭାବେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ କମେଣ୍ଟର ଲମ୍ବାଲାଇନ ଲାଗିଯାଇଛି। କିଏ ମା’ଙ୍କ ଗର୍ଭରେ ଥିବା ଶିଶୁ ଭଳି ଲେଖିଥିବା ବେଳେ ଆଉ କିଏ ଦିଲ୍‌ ତ ବଚ୍ଚା ହେ ଜି ବୋଲି କମେଣ୍ଟ କରିଛନ୍ତି। ସେହିଭଳି ଆଉ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ହ୍ବାଟ ଏନ୍‌ ଆଇଡିଆ ସର ଜି।

 

Share